ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଧଉଳି ଥାନା ପୋଲିସ ।

ଅକ୍ଷର ବ୍ୟୁରୋ: ଭୁବନେଶ୍ୱର ଧଉଳି ଦୟାନଦୀ ପଠାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ ଓରଫ ଜୋକର ହାପିକୁ ଗଞ୍ଜାମରୁ ଗିରଫ କଲେ ସ୍ପେସାଲ ସ୍କ୍ବାଡ୍‌ ଓ ଧଉଳି ଥାନା ପୋଲିସ । ପୂର୍ବରୁ ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଘଟଣାଠାରୁ ଫେରାର ଥିଲା ଜୋକର ହାପି । ଧଉଳି ଗଣଦୁଷ୍କର୍ମ ମାମଲାକୁ ରେଡଫ୍ଲାର୍ଗ ଅନ୍ତର୍ଭୁକ୍ତ କରାଯାଇଛି । ସୂଚନା ଯୋଗ୍ୟ ଗତ ୧୧ରେ ପୁରୁଷ ବନ୍ଧୁଙ୍କ ସହ ଧଉଳି ବୁଲିବାକୁ ଯାଇଥିବା ବେଳେ ବାଙ୍କୁଆଳ ନଦୀବନ୍ଧରେ ଦୁର୍ବୃତ୍ତମାନେ ସେମାନଙ୍କୁ ଅଟକାଇଥିଲେ । ଏହାପରେ ପୁରୁଷ ବନ୍ଧୁଙ୍କୁ କିଛି ଦୁର୍ବୃତ୍ତ ଟଙ୍କା ମାଗିଥିଲେ । ସେ ଟଙ୍କା ନଦେବାରୁ ତାଙ୍କୁ ମାରପିଟ କରିଥିଲେ । ଏହାକୁ ପ୍ରତିବାଦ କରିବାରୁ ପୀଡିତାଙ୍କ ସହ ଦୁର୍ବ୍ୟବାହର କରି ନଈପଠା ଭିତରକୁ ଟାଣି ଅମାନବୀୟ କାଣ୍ଡ ଭିଆଇଲେ ଅପରୀଧି । ଦୟାନଦୀ କୂଳରେ ପୁରୁଷ ବନ୍ଧୁଙ୍କ ସାମ୍ନାରେ ଗଣଦୁଷ୍କର୍ମ କରିଥିଲେ । ଯୁବକଙ୍କୁ ନିସ୍ତୁକ ମାଡ ମାରି ଲହୁଲୁହାଣ କରି ଦେଇଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)