ଅକ୍ଷର ବ୍ୟୁରୋ: ବଜାରରେ ମିଳୁଛି ନକଲି ମେଡିସିନ୍ ଗୃହରେ ତଥ୍ୟ ରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଗତ ୪ ବର୍ଷରେ ଚିହ୍ନଟ ହେଲାଣି ୧୬୮ ନକଲି, ୩୮୮ଟି ନିମ୍ନମାନର ମେଡିସିନ୍ । ବିଧାନସଭାରୁ ଏଭଳି ଚିନ୍ତାଜନକ ରିପୋର୍ଟ ସାମ୍ନାକୁ ଆସିଛି । ଅଢ଼େଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ମେଡିସିନ ଜବତ କଲେଣି ସରକାର । ୨୦୨୧ ରେ ୭୯ ଓ ୨୦୨୨ ରେ ୬୪ଟି ନକଲି ମେଡିସିନ୍ ଚିହ୍ନଟ । ୨୦୨୩ ରେ ୧୪ ଓ ୨୦୨୪ ରେ ୧୧ଟି ନକଲି ମେଡିସିନ୍ ଚିହ୍ନଟ ହୋଇଛି ବୋଲି ବିଧାନସଭାରେ ସ୍ଵାସ୍ଥ୍ୟ ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି ।
ବଜାରରେ ମିଳୁଛି ନକଲି ମେଡିସିନ୍; ଏନେଇ ଗୃହରେ ତଥ୍ୟ ରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ।












Leave a Reply