ପୁଣି ଘଟିଲା ରେଳ ଦୁର୍ଘଟଣା; ଦୁଇ ଭାଗ ହୋଇଗଲା ଫଲକନୁମା ଏକ୍ସପ୍ରେସ୍ !

ପୁଣି ଘଟିଲା ରେଳ ଦୁର୍ଘଟଣା। ଦୁଇ ଭାଗ ହୋଇଗଲା ଫଲକନୁମା ଏକ୍ସପ୍ରେସ୍। ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ପଲାସା ନିକଟରେ ମଙ୍ଗଳବାର ସକାଳେ ଘଟିଛି ଏକ ରେଳ ଦୁର୍ଘଟଣା। ବିଶାଖାପାଟଣା ଦେଇ ସାଲିମାର ଯାଉଥିବା ଫଲକନୁମା ଏକ୍ସପ୍ରେସର ଦୁଇଟି ଏସି ବଗି ଟ୍ରେନରୁ ଅଲଗା ହୋଇଯାଇଛି। ଫଳରେ ଶତାଧିକ ଯାତ୍ରୀ ଫସି ରହିବା ସହ ଆତଙ୍କିତ ହୋଇପଡ଼ିଥିଲେ। ଦୁର୍ଘଟଣାରେ ମୃତାହତ ନେଇ କୌଣସି ସୂଚନା ନାହିଁ।

ଯାତ୍ରୀମାନଙ୍କ କହିବା ମୁତାବକ,ଏହି ଘଟଣାଟି ସୁମ୍ମାଦେବୀ-ମଣ୍ଡାସା ଗ୍ରାମ ମଧ୍ୟରେ ଘଟିଥିଲା। ଯାହା ଫଳରେ ଯାତ୍ରୀମାନେ ଦୁଇ ଘଣ୍ଟାରୁ ଅଧିକ ସମୟଧରି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଯାତ୍ରୀମାନେ ପ୍ରଥମେ ଟ୍ରେନଟି ଲାଇନଚ୍ୟୁତ ହୋଇଯାଇଥିବା ଆଶଙ୍କା କରିଥିଲେ, ହେଲେ ୨ଟି କୋଚରୁ ଟ୍ରେନରୁ ଅଲଗା ହୋଇଥିବା ଜାଣିବା ପରେ ଆଶ୍ୱସ୍ତି ଅନୁଭବ କରିଥିଲେ। ଆଜି ସକାଳେ ଏହି ସମସ୍ୟା ଘଟିବା ମାତ୍ରେ ହାଓ୍ୱଡ଼ା ଯାଉଥିବା ଟ୍ରେନକୁ ଅଟକାଇ ଦିଆଯାଇଥିଲା। ପରେ ରେଳବାଇ ଅଧିକାରୀମାନଙ୍କ ସହ ଟେକ୍ନିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚି କୋଚ ଗୁଡିକୁ ଟ୍ରେନ୍ ସହ ସଂଯୋଗ କରିଥିଲେ। ଟ୍ରେନଟି ହାଇଦ୍ରାବାଦରୁ ହାଓଡ଼ା ଅଭିମୁଖେ ଯାଉଥିଲା। ଏହାପରେ ଟ୍ରେନ୍‌ଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇଥିବା ଜଣାପଡ଼ଛି। ଅପରପକ୍ଷେ ଏହି କାରଣରୁ ଏକାଧିକ ଟ୍ରେନ୍‌ ବିଳମ୍ବରେ ଚାଲୁଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)