ଅକ୍ଷର ବ୍ୟୁରୋ: ଯାଜପୁର ସୁକିନ୍ଦା ଥାନା ହାତୀବାରି ଅଙ୍ଗନବାଡି କେନ୍ଦ୍ରରେ ଗ୍ୟାସ ଟାଙ୍କିର ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଛି । ବନ୍ଦ ଥିବା ଅଙ୍ଗନୱାଡି କେନ୍ଦ୍ରରେ ଗ୍ୟାସ ଟାଙ୍କିରେ ହଠାତ୍ ନିଆଁ ଲାଗି ଯାଇଥିଲା । ନିଆଁକୁ ଦେଖି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ପଡ଼ିଥିଲେ । ସେମାନେ ତୁରନ୍ତ ସୁକିନ୍ଦା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବରପାଇ ସୁକିନ୍ଦା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଫଳରେ ଏକ ବଡ଼ ଧରଣର ଅଘଟଣ ଟଳି ଯାଇଥିବା କୁହାଯାଉଛି । ତେବେ ବନ୍ଦ ଥିବା ଅଙ୍ଗନବାଡ଼ି ଘରେ ଗ୍ୟାସ ଟାଙ୍କିରେ କିପରି ନିଆଁ ଲାଗିଲା ସେନେଇ ସ୍ପଷ୍ଟ କାରଣ ଜଣାପଡ଼ିନାହିଁ ।
ବନ୍ଦ ଥିବା ଅଙ୍ଗନୱାଡି କେନ୍ଦ୍ରର ଗ୍ୟାସ ଟାଙ୍କିରେ ନିଆଁ; କେମିତି ଲାଗିଲା ନିଆଁ ସେନେଇ କାରଣ ଅସ୍ପଷ୍ଟ ।












Leave a Reply