ଅକ୍ଷର ବ୍ୟୁରୋ: ଗ୍ୟାସ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୫ଜଣ ଗୁରୁତର ଏବଂ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା । ନୟାଗଡ ଜ଼ିଲ୍ଲା ରଣପୁର ଏନଏସସିରୁ ଗତକାଲି ରାତିରେ ଏଭଳି ଅଘଟଣ ସାମ୍ନାକୁ ଆସିଛି । ଘରେ ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହେବାକୁ ସମ୍ପୂର୍ଣ୍ଣ ଘରେ ନିଆଁ ବ୍ୟାପିଯାଇଥିଲ । ଫଳରେ ଘରର ସମସ୍ତ ସଦସ୍ୟ ନିଆଁରେ ପୋଡ଼ିଯାଇଥିଲେ। ଘଟଣା ସ୍ଥଳରେ ରଣପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ସମସ୍ତ ଗୁରୁତର ମାନଙ୍କୁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା । ସ୍ୱାସ୍ଥ୍ୟବସ୍ତା ଗୁରୁତର ହେବାରୁ ସମସ୍ତଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।
ଗ୍ୟାସ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୫ଜଣ ଗୁରୁତର ଜଣେ ମୃତ୍ୟୁ ।












Leave a Reply