ଅକ୍ଷର ବ୍ୟୁରୋ: ମାଓବାଦୀଙ୍କ ବିରୋଧରେ ସୁରକ୍ଷାବଳକୁ ମିଳିଛି ଏକ ବଡ଼ ସଫଳତା । ‘ଅପରେସନ୍ ବ୍ଲାକ୍ ଫରେଷ୍ଟ-୨’ରେ ଟଳିଛନ୍ତି ୫ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ । ଛତିଶଗଡ଼ ଓ ତେଲଙ୍ଗାନା ସୀମାନ୍ତ ଜଙ୍ଗଲରେ ଯବାନଙ୍କ ଗୁଳିରେ ନକ୍ସଲ ମୂଳପୋଛ ଅଭିଯାନ ଆହୁରି ଜୋରଦାର ହୋଇଛି । ଛତିଶଗଡ଼ ଏବଂ ତେଲଙ୍ଗାନା ସୀମାରେ ଥିବା କାରେଗୁଟ୍ଟା ଜଙ୍ଗଲରେ ମାଓବାଦୀମାନେ ମେଳି କରୁଥିବା ଖବର ପାଇ ଯବାନମାନେ ଚଢ଼ାଉ କରିଥିଲେ । ଏହି ଭୟଙ୍କର ଗୁଳି ବିନିମୟରେ ୫ଜଣ ନକ୍ସଲ ନିହତ ହୋଇଛନ୍ତି । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ମାର୍ଚ୍ଚ ୩୧ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଲକ୍ଷ୍ୟ ଅନୁଯାୟୀ ଏହି ଶେଷ ଲଢ଼େଇ ଆରମ୍ଭ ହୋଇଛି । ଗୁରୁବାରରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ପ୍ରାୟ ୨୦୦୦ରୁ ଊର୍ଦ୍ଧ୍ୱ ଯବାନ ସାମିଲ ହୋଇଛନ୍ତି । ଘଟଣାସ୍ଥଳରୁ ସୁରକ୍ଷାବଳ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଏବଂ ମାଓ ସାମଗ୍ରୀ ଜବତ କରିଛନ୍ତି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟ ଅପରେସନରେ ୩୧ ନକ୍ସଲଙ୍କୁ ନିପାତ କରାଯାଇଥିଲା ଏବଂ କୋଟି କୋଟି ଟଙ୍କାର ସମ୍ପତ୍ତି ସହ ବିସ୍ଫୋରକ ଜବତ ହୋଇଥିଲା । ସେହି ସମୟରେ ଦୁର୍ଦ୍ଦାନ୍ତ ମାଓ ନେତା ହିଡ଼ମା ସହ ୨୦୦ରୁ ଅଧିକ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ ।
‘ଅପରେସନ୍ ବ୍ଲାକ୍ ଫରେଷ୍ଟ-୨’ରେ ଟଳିଲେ ୫ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ।












Leave a Reply