ଦୁଇ ଦିନ ପ୍ରତିଷ୍ଠା ଦିବସ ପାଳନ କରିବ ବିଜେପି; ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ଏଥର ଦୁଇ ଦିନ ପ୍ରତିଷ୍ଠା ଦିବସ ପାଳନ କରିବ ବିଜେପି । ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । କାଲି ଶ୍ରୀରାମ ନବମୀ ଥିବାରୁ ଦୁଇ ଦିନ ପ୍ରତିଷ୍ଠା ଦିବସ ପାଳନ କରିବ ଦଳ । ପ୍ରତି କାର୍ଯ୍ୟକର୍ତ୍ତା ନିଜ ନିଜ ଘରେ ଦଳୀୟ ପତାକା ଲଗାଇବେ । ବୁଥ୍ ସ୍ତରରେ ୨ଶହ ପ୍ରାଥମିକ ସଦସ୍ୟଙ୍କୁ ନେଇ ଟିଫିନ୍ ବୈଠକ ହେବ । ସଦସ୍ୟମାନେ ଘରୁ ବ୍ୟଞ୍ଜନ ଆଣି ବୈଠକରେ ଏକାଠି ବସି ଖାଇବେ । କାଲିଠୁ ଆମ୍ବେଦକର ଜୟନ୍ତୀ ଯାଏଁ ଜନସଂପର୍କ କାର୍ଯ୍ୟକ୍ରମ ହେବ। କାର୍ଯ୍ୟକର୍ତ୍ତାମାନେ ଘର ଘର ଯାଇ ଜନସଂପର୍କ କରିବେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)