ଆଜିଠାରୁ ମାଗଣା କ୍ୟାନସର ଟୀକାର ଶୁଭାରମ୍ଭ; ୧୪ ବର୍ଷର କିଶୋରୀଙ୍କୁ ଦିଆଯିବ ସିଙ୍ଗିଲ୍ ଡୋଜ ।

ଅକ୍ଷର ବ୍ୟୁରୋ: ଆଜିଠାରୁ ମିଳିବ ମାଗଣା କ୍ୟାନସର ଟୀକା । ଏଥର କିଶୋରୀଙ୍କୁ ମାଗଣାରେ ମିଳିବ ସର୍ଭିକାଲ କ୍ୟାନ୍ସର ଟୀକା । ସାରା ଦେଶରେ ଆଜି ଠାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ୧୪ ବର୍ଷ ଯାଏଁ ଝିଅଙ୍କୁ ସିଙ୍ଗିଲ୍ ଡୋଜ, ୧୪ ରୁ ବାହାଘର ପର୍ଯ୍ୟନ୍ତ ତିନୋଟି ଡୋଜ ଦିଆଯିବ । ଭାରତ ସରକାର ଏନେଇ ଗାଇଡଲାଇନ ଆଣିଛନ୍ତି । ୨୦୨୬-୨୭ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ ଆରମ୍ଭ ହେବ । ଏଥିରେ ୩୧୧ କୋଟି ଟଙ୍କା ଖର୍ଚ୍ଚ ହେବ, ଯେଉଁଥିରେ ସବୁ ପ୍ରକାର କର୍କଟ ରୋଗ ପ୍ରତିହତ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି । HPV ଟୀକା ସରଭାଇକାଲ କ୍ୟାନ୍ସର ପ୍ରତିରୋଧ ପାଇଁ ଦିଆଯିବ ।

ପୂର୍ବରୁ ଏହା ଘରୋଇ ହସ୍ପିଟାଲରେ ମିଳୁଥିଲା । ଏବେ ମାଗଣାରେ ସରକାରୀ ହସ୍ପିଟାଲରେ ମିଳିବ । ଏହି ଟିକା ୧୪ ବର୍ଷ କିଶୋରୀଙ୍କୁ ଦିଆଯିବ । ଯେଉଁ ସରକାରୀ ହସ୍ପିଟାଲରେ କୋଲଡ଼ ଚେନ ଅଛି, ସେଠାରେ ଏହା ମିଳିବ । ମହିଳା ଜନସଂଖ୍ୟାର ୧% ଙ୍କୁ ଏହି ଟିକା ଦିଆଯିବ । ପର୍ଯ୍ୟାୟକ୍ରମେ ୪୦ ବର୍ଷ ଯାଏଁ ସବୁ ମହିଳାଙ୍କୁ ଦିଆଯିବ ୧୪ ବର୍ଷରୁ ଗର୍ଭଧାରଣ କ୍ଷମତା ଥିବାରୁ, ଏହା ଦିଆଯିବ । ଏହା ପ୍ରାଥମିକ ଭାବେ ତିନି ମାସ ଯାଏଁ ଦିଆଯିବ । ତା’ପରେ ପର୍ଯ୍ୟାୟକ୍ରମେ ଦିଆଯିବ । ଏହାର କିଛି ପାର୍ଶ୍ଵପ୍ରତିକ୍ରିୟା ନାହିଁ । ଓଡ଼ିଶାରେ ୨.୫ ଲକ୍ଷ ମହିଳାଙ୍କୁ ଦିଆଯିବ ଏହି ଟିକା । ଏବେ ଏହି ଟିକା ସବୁ ଜିଲ୍ଲାକୁ ଦିଆ ସରିଲାଣି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

ସର୍ଭାଇକାଲ କ୍ୟାନ୍ସର (ଗର୍ଭାଶୟ ମୁଖ କ୍ୟାନ୍ସର) ମହିଳାମାନଙ୍କ ମଧ୍ୟରେ ହେଉଥିବା ଗୁରୁତ୍ୱପୂର୍ଣ୍ଣ ଏକ କ୍ୟାନ୍ସର ରୋଗ । ଏହା ଗର୍ଭାଶୟର ତଳ ଅଂଶ ଅର୍ଥାତ୍‌ ସର୍ଭିକ୍ସ‌ରେ ଆରମ୍ଭ ହୁଏ । ପ୍ରଧାନତଃ ହ୍ୟୁମାନ ପାପିଲୋମା ଭାଇରସ୍‌ (HPV) ସଂକ୍ରମଣ ଏହାର ମୁଖ୍ୟ କାରଣ ବୋଲି ଚିହ୍ନଟ କରାଯାଇଛି। ଅସୁରକ୍ଷିତ ଯୌନ ସମ୍ପର୍କ, ଅପରିଷ୍କାର ଜୀବନଶୈଳୀ, ଧୂମ୍ରପାନ ଏବଂ ଅଳ୍ପ ବୟସରେ ବିବାହ ଏହି ରୋଗର ମୁଖ୍ୟକାରଣ । ସର୍ଭାଇକାଲ କ୍ୟାନ୍ସରର ଆରମ୍ଭିକ ଅବସ୍ଥାରେ ସାଧାରଣତଃ କୌଣସି ସ୍ପଷ୍ଟ ଲକ୍ଷଣ ଦେଖାଯାଏ ନାହିଁ । କିନ୍ତୁ ରୋଗ ଗୁରୁତର ହେଲେ ଅସାମାନ୍ୟ ରକ୍ତସ୍ରାବ, ଯୌନ ସମ୍ପର୍କ ପରେ ରକ୍ତସ୍ରାବ, ଦୀର୍ଘ ସମୟ ଧରି ପାଣିଯୁକ୍ତ ବା ଦୁର୍ଗନ୍ଧ ଯୁକ୍ତ ସ୍ରାବ, ପେଟ ଓ କମର ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଇପାରେ ।

ଏହିପରି ଲକ୍ଷଣ ଦେଖିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ପାପ୍ ସ୍ମିୟାର ଟେଷ୍ଟ ଓ HPV ଟେଷ୍ଟ ମାଧ୍ୟମରେ ଏହି କ୍ୟାନ୍ସରକୁ ପ୍ରାରମ୍ଭରୁ ଚିହ୍ନଟ କରାଯାଇପାରେ । ସମୟମତେ ପରୀକ୍ଷା କରାଇଲେ ଏହାକୁ ସଫଳତାର ସହିତ ଚିକିତ୍ସା କରିହେବ । ଟୀକାକରଣ ମଧ୍ୟ ଏହି ରୋଗ ପ୍ରତିରୋଧରେ ଦାରୁଣ ଭୂମିକା ନିଭାଏ । କିଶୋରୀ ଓ ଯୁବତୀମାନଙ୍କୁ HPV ଟୀକା ଦିଆଯାଇଥିଲେ ସର୍ଭାଇକାଲ କ୍ୟାନ୍ସରର ଝୁମକି ଅନେକ ହାରେ କମିଯାଏ । ସଚେତନତା, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ ସୁରକ୍ଷିତ ଜୀବନଶୈଳୀ ଅନୁସରଣ କଲେ ସର୍ଭାଇକାଲ କ୍ୟାନ୍ସରକୁ ରୋକାଯାଇପାରେ । ମହିଳାମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଏବଂ ଲଜ୍ଜାକୁ ପଛକୁ ରଖି ସମୟରେ ଚିକିତ୍ସା ନେବା ଅତ୍ୟାବଶ୍ୟକ ।

ସୂଚନା ଅନୁସାରେ, କିଶୋରୀଙ୍କୁ ସର୍ଭାଇକାଲ୍ କ୍ୟାନ୍ସର ଟୀକା ଦିଆଯିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଥିଲେ । ଆସନ୍ତା ୨୮ ତାରିଖରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏହି ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ କୁହାଯାଇଥିଲା । ୧୪ ବର୍ଷ ଯାଏ ଝିଅଙ୍କୁ ସିଙ୍ଗଲ୍ ଡୋଜ୍ ଦିଆଯିବ । ୧୪ରୁ ବାହାଘର ପର୍ଯ୍ୟନ୍ତ ୩ଟି ଡୋଜ୍ ଦିଆଯିବ । ଏନେଇ ଗାଇଡଲାଇନ୍ ଆଣିଛି କେନ୍ଦ୍ର ସରକାର । ୨୦୨୬-୨୭ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ ଆରମ୍ଭ କରିବେ । ଯେଉଁଥିରେ ୩୧୧ କୋଟି ଟଙ୍କା ଖର୍ଚ୍ଚ ହେବ । ଯେଉଁଥିରେ ସବୁ ପ୍ରକାର କର୍କଟ ରୋଗ ପ୍ରତିହତ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)