ଭୟଙ୍କର ବିସ୍ଫୋରଣ। ଅଗ୍ନିକାଣ୍ଡରେ ଏକା ଥରକେ ଫାଟିଲା ୮ ଗ୍ୟାସ ସିଲିଣ୍ଡର। ହୁତୁହୁତୁ ହୋଇ ଜଳିଗଲା ଦୋକାନ। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ବଳରାମଡି ନାଉପାଳଗଡିରେ ବଡ଼ ଅଘଟଣ ଘଟିଛି । ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା।
ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରରେ ଗ୍ୟାସ ଟାଙ୍କି ଫାଟିବା ଦ୍ୱାରା ବଡ ବିସ୍ଫୋରଣ ସୃଷ୍ଟି ହୋଇଥିଲା । ସମ୍ପୂର୍ଣ ଗ୍ୟାସ୍ ଦୋକାନ ନଷ୍ଟ ହୋଇଯାଇଛି । ମାତ୍ର ଏତେ ବଡ ଦୁର୍ଘଟଣାରେ କେହି ମୃତ ଆହତ ହୋଇନଥିବା ଏକ ବଡ଼ ଆଶ୍ୱସ୍ତି । ଘଟଣାସ୍ଥଳରେ ଅଗ୍ନିସମ ବାହିନିର ଦୁଇଟି ଟିମ ପହଞ୍ଚି ନିଆଁକୁ ଆୟତ୍ତ କରିଛି । କେମିତି ଲାଗିଲା ନିଆଁ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ସୁଚନା ଅନୁସାରେ ଚାର୍ଜ ରେ ବସିଥିବା ଏକ ଏଲେକ୍ଟ୍ରି ସ୍କୁଟିରୁ ସର୍ଟ ସର୍କିଟ ହେବା କାରଣରୁ ନିଆଁ ଲାଗିଛି । ସିଲିଣ୍ଡର୍ ଥିବା ଆଜବେଷ୍ଟସ୍ ଘର ଟି ସମ୍ପୂର୍ଣ ନଷ୍ଟ ହୋଇଯାଇଛି । ନିଆଁ ଆୟତ୍ତ ହେବା ପରେ ଯାଞ୍ଚ କରୁଛି ସ୍ଥାନୀୟ ପୋଲିସ। ଦୋକାନ ଘରେ ୫୦ ରୁ ଅଧିକ ଗ୍ୟାସ ସିଲିଣ୍ଡର ରହିଥିଲା ।












Leave a Reply