ପାଣିପାଗ ବିଭାଗର ଆକଳନ ଅନୁସାରେ ଗତକାଲି ଦେବଗଡ଼ ଜିଲ୍ଲାରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି । ବିଜୁଳି ଘଡ଼ଘଡ଼ି ସହ ସନ୍ଧ୍ୟାରେ ପ୍ରବଳ ବର୍ଷା ହୋଇଥିବା ବେଳେ ଲୋକେ ଗରମରୁ ଆଶ୍ୱସ୍ତ ପାଇଛନ୍ତି । ବର୍ଷା ପରେ ତାପମାତ୍ରା ହାସ୍ର ପାଇଛି । ଅନ୍ୟପଟେ କନ୍ଧମାଳର ଫିରିଙ୍ଗିଆଠାରେ ମଧ୍ୟ ଗତକାଲି ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଏପଟେ ଆଜି ସକାଳ ୮ଟା ୩୦ରୁ ଆସନ୍ତାକାଲି ସକାଳ ୮ଟା ୩୦ ଯାଏଁ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଳବୈଶାଖୀ ବର୍ଷାକୁ ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାକୁ ଶୁକ୍ରବାର ସକାଳ ସାଢେ ୮ଟା ଯାଏଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ କୁଆପଥର ମାଡ଼ ସମ୍ଭାବନା ରହିଛି । ସେହି ସମୟରେ ଘଣ୍ଟାକୁ ୫୦ରୁ ୬୦କିମି ବେଗରେ ପବନ ବହିପାରେ । ସେହିପରି ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଓ ମାଲକାନଗିରି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଦେବଗଡରେ କାଳବୈଶାଖୀ ପରେ ବାକି ୯ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି!












Leave a Reply