ତାତିରେ ଲାଗିବ ସାମାନ୍ୟ ଆଶ୍ୱସ୍ତି । ବର୍ଷା ପ୍ରଭାବରେ ହ୍ରାସ ପାଇବ ତାପମାତ୍ରା। କାଳବୈଶାଖୀ ପ୍ରଭାବରେ କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା । ତିନି ଦିନ ଯାଏଁ ଗରମରୁ ମିଳିବ ତ୍ରାହି । ଆଗାମୀ ୨୪ ଘଣ୍ଟାରେ ୭ ଜିଲ୍ଲାରେ ହାଲୁକା ଓ ମଧ୍ୟମଧରଣର ବର୍ଷାର ସମ୍ଭାବନା ରହିଛି। ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ନେଇ ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।
ଆସନ୍ତାକାଲି ମଧ୍ୟ ୨୧ ଜିଲ୍ଲାରେ ହାଲୁକା ଓ ମଧ୍ୟମଧରଣର ବର୍ଷାର ସମ୍ଭାବନା ରହିଛି । ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ପାଇଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୬ ଓ ୭ତାରିଖରେ ପାଗ ଶୁଖିଲା ରହିବ । ୮ତାରିଖରୁ ପୁଣି ଉତ୍ତର ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକ ବର୍ଷାର ସମ୍ଭାବନା ରହିଛି ।












Leave a Reply