ଆଜିଠାରୁ ଐତିହାସିକ ବାଲିଯାତ୍ରା: ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

କଟକ: ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା | ଅପରାହ୍ଣରେ ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ଏଥର ବାଲିଯାତ୍ରାକୁ ଆକର୍ଷଣ କରିବା ପାଇଁ ଶ୍ରେୟା ଘୋଷାଲ ଓ ହର୍ଷଦୀପ କୌର ସଂଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି | ସେହିପରି ‘କଟକ ଇନ କଟକ’ ରେ ଓଡ଼ିଆ ଭାଷା, ସାହିତ୍ୟ ଥିମରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି | ଏଥର ପାଖାପାଖି ୧୬୦୦ ଷ୍ଟଲ ପଡ଼ିଛି | ଅନ୍ୟପକ୍ଷରେ ଭିଡ଼ ନିୟନ୍ତ୍ରଣ ପାଇଁ କମିସନରେଟ ପୋଲିସ ପକ୍ଷରୁ ୫୦ ପ୍ଲାଟୁନ ଫୋର୍ସ ଓ ୩୦୦ରୁ ଅଧିକ ଅଫିସର ମୁତୟନ ହେବେ |

ବାଲିଯାତ୍ରାରେ ବିଶ୍ୱ ରେକଡ଼ କରିବା ପାଇଁ ପ୍ରଶାସନ ପକ୍ଷରୁ ୩ଟି ପଦକ୍ଷେପ ନିଆଯାଇଛି | ଶାଳପତ୍ରରେ ୧୦ ହଜାର ଗ୍ରୀନ ବୋଟ ତିଆରି କରାଯିବ | ‘ କଟକ ଇନ କଟକ ‘ ଭିଏଟରେ ୧ଲକ୍ଷ ବହି ସଂଗ୍ରହ କରି ମାଗଣାରେ ବଣ୍ଟାଯିବ | ବାଲିଯାତ୍ରାକୁ ଆସୁଥିବା ଲୋକମାନଙ୍କର ମତାମତକୁ ସଂଗ୍ରହ କରିବା ପାଇଁ ଷ୍ଟିକିଂ ନୋଟସ ବୋର୍ଡ଼ରେ ଲଗାଯିବାକୁ ପ୍ରଶାସନ ବ୍ୟବସ୍ଥା କରିଛି | ସେହିପରି ବାଲିଯାତ୍ରାକୁ ୟୁନେସ୍କୋ ଐତିହ୍ୟ ମେଳାର ମାନ୍ୟତା ଦେବା ପାଇଁ ଏଥର ଇଣ୍ଡୋନେସିଆ ଓ କୋରିଆରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଟିମ ଆସୁଛି |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)