ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍; ଯାତ୍ରୀବାହୀ ଅଟୋକୁ ପଛରୁ ଧକ୍କା ଦେଇ ଟ୍ରକ୍ ଡ୍ରାଇଭରର ଫେରାର ଉଦ୍ୟମ ।

ଅକ୍ଷର ବ୍ୟୁରୋ: ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍ । ଯାତ୍ରୀବାହୀ ଅଟୋକୁ ପଛରୁ ଧକ୍କା ଦେଇଛି ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ । ଦୁର୍ଘଟଣା ପରେ ଅମାନିଆ ଚାଳକ ପ୍ରାୟ ୫୦ରୁ ୬୦ ମିଟର ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଘୋଷାଡ଼ି ନେଇଥିଲା ଅଟୋଟିକୁ । ଏହାପରେ ଅଟୋଟି ଭାରସାମ୍ୟ ହରାଇ ଏନ.ଏଚ୍ ତଳକୁ ଖସି ଦୋକାନ ଭିତରକୁ ପଶିଯାଇଥିଲା । କଟକ-ପୁରୀ ବାଇପାସ୍ ରାସ୍ତାର ପାଣ୍ଡରା ନିକଟରେ ଘଟିଛି ଏହି ଦୁର୍ଘଟଣା । ଅଟୋରେ ବସିଥିବା ଲୋକ ଗୁରୁତର ହୋଇଥିବା ବେଳେ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ଘଟାଇ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହେଉଥିବା ବେଳେ ବାଇକ ଆରୋହୀଙ୍କୁ ବି ପିଟିଥିଲା ଟ୍ରକ । ଲୋକେ ଗୋଡାଇ ଗୋଡାଇ ଟ୍ରକକୁ ଧରିବା ପରେ ବେପରୁଆ ଟ୍ରକ୍ ଡ୍ରାଇଭରକୁ ପିଟିଛନ୍ତି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)