ହୋର୍ଡିଂ ପଡ଼ି ମୃତ୍ୟୁ ଘଟଣା; ବେଆଇନ ହୋର୍ଡିଂ ଲଗାଇଥିବା ସଂସ୍ଥାର କର୍ମଚାରୀଙ୍କୁ ଗିରଫ କଲା ପୋଲିସ ।

ଅକ୍ଷର ବ୍ୟୁରୋ: ଭୁବନେଶ୍ୱରରେ ବେଆଇନ ହୋର୍ଡିଂ ପଡ଼ି ଦୁଇ ଜଣଙ୍କର ମୃତ୍ୟୁ ଘଟଣାରେ ହୋର୍ଡିଂ ଲଗାଇଥିବା ସଂସ୍ଥାର କର୍ମଚାରୀଙ୍କୁ ଗିରଫ କଲା ପୋଲିସ । ହୋର୍ଡିଂ ସ୍ଥାପନା ଦୁର୍ବଳ ଭାବେ ଲଗାଇଥିବା ଅଭିଯୋଗରେ ସଂସ୍ଥାର କର୍ମଚାରୀ ସମ୍ୱିତ ମହାନ୍ତିଙ୍କୁ ଭରତପୁର ଥାନା ପୁଲିସ ଗିରଫ କରିଛି । ତଦନ୍ତରୁ ଜଣାପଡ଼ିଛି ଯେ ହୋର୍ଡିଂଟି ମେସର୍ସ ମେଟ୍ରୋ ସାଇନ୍ ଦ୍ୱାରା ସ୍ଥାପିତ ହୋଇଥିଲା । ଏଜେନ୍ସିର କର୍ମଚାରୀ ଅଭିଯୁକ୍ତ ସମ୍ବିତ ମହାନ୍ତି ହୋର୍ଡିଂ ସ୍ଥାପନା ପାଇଁ ଦାୟୀ ଥିଲେ । ସକ୍ଷମ ଅଧିକାରୀଙ୍କ ପୂର୍ବାନୁମତି ନ ନେଇ ଏବଂ ଆବଶ୍ୟକ ଢାଞ୍ଚାଗତ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ ନକରି ଜନଗହଳିପୂର୍ଣ୍ଣ ସାର୍ବଜନୀନ ସ୍ଥାନରେ ଏକ ଦୁର୍ବଳ ଢାଞ୍ଚାରେ ହୋର୍ଡିଂଟି ସ୍ଥାପନ କରାଯାଇଥିଲା । ଅସୁରକ୍ଷିତ ଉପାୟରେ ହୋର୍ଡିଂ ସ୍ଥାପନ ଓ ରକ୍ଷଣାବେକ୍ଷଣରେ ଗୁରୁତର ଅବହେଳା ଯୋଗୁଁ ଏହା ଭୁଶୁଡ଼ି ପଡ଼ି ଏହି ସାଂଘାତିକ ଦୁର୍ଘଟଣା ଘଟିଛି । ତଦନ୍ତ ସମୟରେ ନିର୍ଭରଯୋଗ୍ୟ ସୂଚନା ଆଧାରରେ ଅଭିଯୁକ୍ତ ସମ୍ବିତ ମହାନ୍ତିଙ୍କୁ ଫାୟାର ଷ୍ଟେସନ୍ ଛକ ନିକଟରୁ ଚିହ୍ନଟ କରି ପୁଲିସ ଗିରଫ କରିଛି । ଗତ ୨୪ ତାରିଖ ସନ୍ଧ୍ୟାରେ ପ୍ରବଳ ବର୍ଷା ସମୟରେ ଆଇଗିଣିଆ ଛକ ନିକଟରରେ ଥିବା ହୋର୍ଡିଂ ଭୁଶୁଡ଼ି ୨ ଜଣଙ୍କ ଜୀବନ ଯାଇଥିଲା । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)