VRS ନେଲେ ଭି.କେ.ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ

VRS ନେଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ । ସୁଜାତା କାର୍ତ୍ତିକେୟନ୍ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଥିବା IAS ଅଧିକାରୀ । କିଛି ଦିନ ତଳେ କେନ୍ଦ୍ର ନିକଟରେ ଆବେଦନ କରିଥିଲେ ସୁଜାତା। ତେବେ ତାଙ୍କ ଆବେଦନକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ଦେଇଥିବା ସୂଚନା ମିଳିଛି । ନିର୍ବାଚନ ପରେ ନିଜ ଝିଅର ପରୀକ୍ଷା ଥିବା ଦର୍ଶାଇ ୬ ମାସ ଛୁଟିରେ ଯାଇଥିଲେ ସୁଜାତା । ଛୁଟିରୁ ଫେରିବା ପରେ ଆଉ ୬ ମାସ ଛୁଟି ବୃଦ୍ଧି କରିବାକୁ ସୁଜାତା ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିଥିଲେ । ହେଲେ ରାଜ୍ୟ ସରକାର ଏହି ଆବେଦନକୁ ଅସ୍ୱୀକାର କରିଥିଲେ। ।କିନ୍ତୁ ଛୁଟି ନମିଳିବାରୁ ସେ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ ।

୨୦୦୦ ବ୍ୟାଚର IAS ଅଫିସର ସୁଜାତା କାର୍ତ୍ତିକେୟନ ପୂର୍ବରୁ ମିଶନ ଶକ୍ତି ସଚିବ ଭାବେ କାର୍ଯ୍ୟ କରୁଥିଲେ। ତେବେ ନିର୍ବାଚନ ସମୟରେ ଏସଏଚଜି ମହିଳାଙ୍କୁ ବିଜେଡି ସପକ୍ଷରେ ଭୋଟ୍ ଦେବା ପାଇଁ ଚାପ ପକାଇବା ଅଭିଯୋଗରେ ସୁଜାତାଙ୍କୁ ବଦଳି କରିଥିଲେ ନିର୍ବାଚନ କମିଶନ । ପରେ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ସୁଜାତାଙ୍କୁ ଅବସ୍ଥାପିତ କରାଯାଇଥିଲା । ସୁଜାତା IAS ପାଇଲା ପରେ ଓଡ଼ିଶା କ୍ୟାଡର୍ ଅଫିସର ହୋଇଥିଲେ। ପରେ ପାଣ୍ଡିଆନଙ୍କୁ ବିବାହ କରି ଓଡ଼ିଶାରେ ସ୍ଥାୟୀ ହୋଇରହିଥିଲେ । ତେବେ ପାଣ୍ଡିଆନ୍ ଓ ସୁଜାତା ଗୋଟିଏ ବ୍ୟାଚର IAS ଅଧିକାରୀ ବୋଲି ଜଣାପଡିଛି । ତେବେ ପାଣ୍ଡିଆନ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ହେଲା ପରେ ଦୁହେଁ ଲୋକଲୋଚନକୁ ଆସିଥିଲେ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)