ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନ: ରାଜ୍ୟରେ ୧୨୮୯ ପ୍ରାଥମିକ ସ୍କୁଲରେ ବିଦ୍ୟୁତ,୨୯୦ ଉଚ୍ଚ ପ୍ରାଥମିକ ସ୍କୁଲରେ ବିଦ୍ୟୁତ ସଂଯୋଗ ନାହିଁ।

ଅକ୍ଷର ବ୍ୟୁରୋ: ବିଧାନସଭା ଶୀତ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଆଜି ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିଛି । ସ୍କୁଲ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜାତି ଓ ଜନଜାତି, କ୍ରୀଡ଼ା ଓ ଯୁବ ବ୍ୟାପାର, ବୈଷୟିକ ଶିକ୍ଷା, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି, ସାମାଜିକ ସୁରକ୍ଷା ଭଳି ବିଭାଗର ପ୍ରଶ୍ନ କାଳ ରହିଛି । ଶୂନ୍ୟକାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଉଠାଉଛନ୍ତି ଉଭୟ ଶାସକ ଓ ବିରୋଧୀ । ରାଜ୍ୟରେ ୧୨୮୯ ପ୍ରାଥମିକ ସ୍କୁଲରେ ନାହିଁ ବିଦ୍ୟୁତ । ୨୯୦ ଉଚ୍ଚ ପ୍ରାଥମିକ ସ୍କୁଲରେ ନାହିଁ ବିଦ୍ୟୁତ ସଂଯୋଗ । ରାଜ୍ୟରେ ସମୁଦାୟ ସରକାରୀ ସ୍କୁଲ ସଂଖ୍ୟା ୪୮୫୨୨ । ୧୧୪ଟି ସ୍କୁଲରେ ଶୌଚାଳୟ ନାହିଁ, ଗୃହରେ ଗଣଶିକ୍ଷା ମନ୍ତ୍ରୀଙ୍କ ଉତ୍ତର । ଏଣେ ବିଧାନସଭାରେ କେନ୍ଦ୍ରୀୟ ବିଦ୍ୟାଳୟ-୩ ସମ୍ମୁଖରେ ବୋମା ବିସ୍ଫୋରଣ ପ୍ରସଙ୍ଗ ଉଠିଛି । ବିଜେଡି ବିଧାୟକ ପ୍ରତାପ ଦେବ ଏ ପ୍ରସଙ୍ଗ ଉଠାଇଥିଲେ । ଘଟଣାର ତଥ୍ୟ ସଂଗ୍ରହ କରି ବିଧାନସଭାରେ ଉପସ୍ଥାପନ କରିବାକୁ ବାଚସ୍ପତି ସୁରମା ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି । ଏଣେ ଏଣିକି ୨୦ରୁ ଅଧିକ ଛାତ୍ର ଥିବା ସ୍କୁଲଗୁଡ଼ିକୁ ପୁଣି ଖୋଲାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ଏକ ପ୍ରଶ୍ନର ଉତ୍ତରରେ ସେ ଏକଥା ସ୍ପଷ୍ଟ କରିଛନ୍ତି । ସେ ଆହୁରି କହିଛନ୍ତି, ଡ୍ରପ୍ ଆଉଟ ସଂଖ୍ୟା କମ୍ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ତେଣେ ଆଜି ବିଧାନସଭାରେ ଆଗତ ହେବ ଅତିରିକ୍ତ ବଜେଟ । ଅପରାହ୍ନ ୪ଟାରେ ପ୍ରାୟ ୧୦ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଆଗତ କରାଯିବ । କଂଗ୍ରେସ ତରଫରୁ ମୁଲତବୀ ପ୍ରସ୍ତାବ ଅଣାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)