ଅକ୍ଷର ବ୍ୟୁରୋ: ବାରାମତୀ ବିମାନ ଦୁର୍ଘଟଣା ଯେଉଁଥିରେ ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଥିଲା । ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ଗୋଟିଏ ମାସ ପରେ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ତାର ପ୍ରାରମ୍ଭିକ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟରେ ଦୁର୍ଘଟଣା ସମୟରେ କମ୍ ଦୃଶ୍ୟମାନ ଏବଂ ବାରାମତୀ ବିମାନ ଷ୍ଟ୍ରିପରେ ସୁରକ୍ଷା ତ୍ରୁଟିକୁ ମୁଖ୍ୟ କାରଣ ବୋଲି ଚିହ୍ନଟ କରାଯାଇଛି । AAIB ଅନୁଯାୟୀ, ଦୁର୍ଘଟଣାଟି ଜରୁରୀକାଳୀନ ଅବତରଣ ସମୟରେ ଘଟିଥିଲା । ଅଜିତ ପାୱାରଙ୍କ ସହିତ ଉଭୟ ପାଇଲଟ, ତାଙ୍କ ସୁରକ୍ଷାକର୍ମୀ ଏବଂ ଜଣେ ବିମାନ ପରିଚାରିକା ମଧ୍ୟ ଏହି ଦୁର୍ଘଟଣାରେ ଆଖି ବୁଜିଥିଲେ । ଚାର୍ଟର୍ଡ ବିମାନଟି ବାରାମତୀ ବିମାନବନ୍ଦରରେ ଦ୍ୱିତୀୟ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା ।
ତଦନ୍ତ ରିପୋର୍ଟରେ କୁହାଯାଇଛି ଯେ ଦୁର୍ଘଟଣା ସମୟରେ ପବନର ସ୍ଥିତି ସ୍ୱାଭିବାକ ଥିଲା ଏବଂ ଦୃଶ୍ୟମାନ ପ୍ରାୟ ୩ କିଲୋମିଟର ଥିଲା । କକପିଟ ଭଏସ ରେକର୍ଡ ଦୁର୍ଘଟଣାର ଠିକ୍ ପୂର୍ବରୁ ଓଃ ସିଟ୍ କରୁଥିବା ରେକର୍ଡ କରିଥିଲା । ସିଭିଆର ତଥ୍ୟ ପାଇଁ ହନିୱେଲ୍ ଠାରୁ ବୈଷୟିକ ସହାୟାତ ଲୋଡାଯାଇଛି । ତଦନ୍ତରେ ଅନ୍ତର୍ଜାତୀୟ ସହଯୋଗ ମଧ୍ୟ ନିଆଯିବ । ଜାତୀୟ ପରିବହନ ସୁରକ୍ଷା ବୋର୍ଡ଼ ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନର ଅନୁବନ୍ଧ ୧୩ ଅଧୀନରେ ଜଣେ ସ୍ୱୀକୃତିପ୍ରାପ୍ତ ପ୍ରତିନିଧି ଏବଂ ବୈଷୟିକ ପରାମର୍ଷଦାତାଙ୍କୁ ନିଯୁକ୍ତ କରିଛି । ଏଏଆଇବି କହିଛି ଯେ ଦୁର୍ଭାଗ୍ୟବସତଃ ବିମାନ ପରିଚାଳନା କରୁଥିବା କମ୍ପାନୀ ଭିଏସଆର କର୍ମଚାରୀ ଏବଂ ଅନ୍ୟ ବ୍ୟକ୍ତିଙ୍କଠାରୁ ପ୍ରାରମ୍ଭିକ ବୟାନ ରେକର୍ଡ କରିଛି । ଅନ୍ୟାନ ଡକ୍ୟୁମେଣ୍ଟ ଏବଂ ପ୍ରମାଣ ଯାଞ୍ଚ କରାଯାଉଛି । ଭଗ୍ନାବଶେଷକୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ବିମାନର ଉଡାଣ, କାର୍ଯ୍ୟ ସୁରକ୍ଷା ସହିତ ଜଡିତ ଦସ୍ତାବିଜ ଜବତ କରାଯାଇଛି ।












Leave a Reply