ରାଜ୍ୟରେ ଆହୁରି ୨ ଦିନ ତାଣ୍ଡବ ରଚେଇବ କାଳବୈଶାଖୀ; ଘଡଘଡି ବର୍ଷା ନେଇ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ।

ଅକ୍ଷର ବ୍ୟୁରୋ: ଆଜି ବି ତାଣ୍ଡବ ରଚେଇବ କାଳବୈଶାଖୀ । ରାଜ୍ୟରେ ଆହୁରି ୨ ଦିନ ଲାଗି ରହିବ କାଳବୈଶାଖୀ ପ୍ରକୋପ । ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି । ଘଡଘଡି ବର୍ଷା ନେଇ ଉତ୍ତରରୁ ଉପକୂଳ, ଦକ୍ଷିଣ ଓଡିଶା ଯାଏଁ ଆଲର୍ଟ ଜାରି କରାଯାଇଛି । ବାଲେଶ୍ୱରରୁ ମାଲକାନଗିରି ଯାଏଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, ଗଂଜାମ, ଗଜପତି, ମାଲକାନଗିରି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । କିଛି ଦିନ ହେଲା କାଳବୈଶାଖୀ ମାଡ଼ରେ ଅନେକ ଜାଗାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରେ କଲବଲ କରିଛି କାଳବୈଶାଖୀ । ପୁରୀରେ ପ୍ରବଳ ବର୍ଷା ଯୋଗୁ ଶ୍ରୀମନ୍ଦିର ଦକ୍ଷିଣ ଦ୍ବାରରେ ପାଣି ଜମିରହିଥିବା ଦେଖିବାକୁ ମିଳିଥିଲା । ପ୍ରାୟ ୨ ଘଣ୍ଟା ଯାଏଁ ପ୍ରବଳ ବର୍ଷା ବେହାଲ କରିପକାଇଥିଲା । 

ସେପଟେ ବାଲେଶ୍ୱରରେ ବି ସମାନ ଅବସ୍ଥା । କାଳବୈଶାଖୀ ତାଣ୍ଡବରେ ସାନ ନୂଆଗାଁ, ଅଙ୍ଗାରଗଡିଆ ଓ ସାରକୋଣା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପବନରେ ବଡ଼ ବଡ଼ ଗଛ ଭାଙ୍ଗିବା ସହିତ ବିଦ୍ୟୁତ ଖୁଣ୍ଟ ଉପୁଡି ପଡ଼ିଥିବା ଦେଖିବାକୁ ମିଳିଛି । ସେପଟେ ଯାଜପୁର ଜିଲ୍ଲାରେ ବି ବିଦ୍ୟୁତ ଟ୍ରାନ୍ସଫର୍ମର ଓ ବଡବଡ ଗଛ ଉପୁଡ଼ିପଡ଼ିଛି । ରାଜ୍ୟରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ଜାରି ରହିବା ନେଇ ସତର୍କ ସୂଚନା ଜାରି କରିଛି । ତେବେ ୧୨ରୁ ପାଗରେ ପରିବର୍ତ୍ତନ ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)