ଅସହ୍ୟ ଗରମରୁ ତ୍ରାହି ପାଇବେ ଲୋକେ। ରାଜ୍ୟରେ ଏପ୍ରିଲ ୧୨ ଯାଏଁ କାଳବୈଶାଖୀର ପ୍ରଭାବ। ବର୍ଷାଦକ୍ଷିଣ-ପଶ୍ଚିମ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ସୃଷ୍ଟି ଲଘୁଚାପ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରିବ। ତେବେ ପରବର୍ତ୍ତୀ ସମୟରେ ଗତିପଥ ବଦଳାଇ ଉତ୍ତର- ଉତ୍ତର-ପୂର୍ବ ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଧୀରେ ଧୀରେ ଦୁର୍ବଳ ହେବା ସମ୍ଭାବନା ରହିଛି।
ଲଘୁଚାପ ଓଡ଼ିଶା ଉପକୂଳରୁ ବହୁତ ଦୂର ସମୁଦ୍ର ଭିତରେ କେନ୍ଦ୍ରୀଭୂତ ହେବାରୁ ଓଡ଼ିଶା ଉପରେ ବିଶେଷ ପ୍ରଭାବ ପଡିବ ନାହିଁ। କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ, କିନ୍ତୁ କାଳବୈଶାଖୀ ପ୍ରଭାବ ଆସନ୍ତା ୩ଦିନ ପର୍ଯ୍ୟନ୍ତ ରହିବ। ଦକ୍ଷିଣ, ଉପକୂଳ ଏବଂ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହିତ ଝଡବର୍ଷା ହୋଇପାରେ।












Leave a Reply