ଓଡ଼ିଶାର କିଛି ଅଞ୍ଚଳ ପାଇଁ ଗ୍ରୀଷ୍ମ ଲହରୀ ଚେତାବନୀ ଜାରି। ରାଜ୍ୟର ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆଲର୍ଟ ଜାରି କରିଛି । ଆଇଏମଡି ପୂର୍ବାନୁମାନ କରିଛି ଯେ ୨୩ ଏପ୍ରିଲରୁ ୨୬ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତୀବ୍ର ଗ୍ରୀଷ୍ମ ଲହରୀ, ଗୁଳୁଗୁଳି ଏବଂ ରାତି ସମୟରେ ମଧ୍ୟ ପ୍ରବଳ ଗରମ ଅନୁଭବ ହେବାର ସମ୍ଭାବନା ରହିଛି। ତେବେ ୨୭ ତାରିଖ ଅର୍ଥାତ ରବିବାର ବେଳକୁ ତାତି କମିବାର ସମ୍ଭାବନା ରହିଛି। ରବିବାର ରାଜ୍ୟର ପ୍ରାୟ ସମସ୍ତ ଜିଲାରେ କାଳବୈଶାଖୀ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ହେବା ନେଇ ଚେତାବନୀ ଜାରି କରାଯାଇଛି।
ରାଜ୍ୟରେ ୨୭ରେ କାଳବୈଶାଖୀ ଫେରିବା ନେଇ ଚେତାବନୀ ଜାରି କରିଛି IMD












Leave a Reply