କାଳବୈଶାଖୀର ତାଣ୍ଡବରେ ଭାଙ୍ଗିଲା ଘର; ଉଡିଗଲା ଆଜବେଷ୍ଟସ୍ ଓ ଟାଇଲ୍ସ୍ ।

ରାଜ୍ୟରେ କାଳବୈଶାଖୀର ପ୍ରଭାବ ସବୁଆଡେ ଦେଖିବାକୁ ମିଳିଛି। ସେହିପରି ଦେବଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବରେ ପ୍ରବଳ କୁଆପଥର ବର୍ଷା ଓ ଝଡ଼ତୋଫାନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ରିଆମାଳ ବ୍ଲକର ଉଟୁଣିଆଁ ପଞ୍ଚାୟତ ଅନ୍ତର୍ଗତ ବାବାଜୀମଠ ଗ୍ରାମର ପ୍ରମିଳା ନାୟକ ସ୍ୱାମୀ ଗୋକୁଳ ନାୟକଙ୍କ ଘରର ଆଜବେଷ୍ଟ ଛାତ ଭାଙ୍ଗି ଯାଇଥିବାରୁ ବର୍ତ୍ତମାନ ପରିବାର ବାସହରା ହୋଇ ଯାଇଛନ୍ତି। ବର୍ଷା ପାଣି ଘରେ ପଶି ଆସବାସ ପତ୍ର ଓ ଧାନ ଚାଉଳ ନଷ୍ଟ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ରାଜସ୍ୱ ନିରିକ୍ଷକ ପହଞ୍ଚି ଅଧିକ ତଦନ୍ତ ଓ କ୍ଷତିଗ୍ରସ୍ତ ପ୍ରମିଳା ନାୟକଙ୍କ ପରିବାର ସହିତ ଆଲୋଚନା କରି ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)