ରାଜ୍ୟରେ ଅନୂଭୁତ ହେବ କାଳବୈଶାଖୀ; ଭୁବନେଶ୍ୱର ଓ କଟକରେ ବର୍ଷା ସମ୍ଭାବନା ନେଇ ସୂଚନା ଦେଲା ପାଣିିିପାଗ ବିଭାଗ ।

ରାଜ୍ୟରେ ଦେଖିବାକୁ ମିଳିବ କାଳବୈଶାଖୀ ବର୍ଷା। ଦିନରେ ଖରା ଗୁଳୁଗୁଳି ଦେଖିବାକୁ ମିଳୁଥିବା ବେଳେ ଅପରାହ୍ଣରେ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ପବନ ଦେଖିବାକୁ ମିଳୁଛି। ଗତକାଲି ଅନେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଦେଖିବାକୁ ମିଳିଛି। ପୂର୍ବାନୁମାନ ଅନୁଯାୟୀ ଦକ୍ଷିଣ ଓ ଅଭ୍ୟନ୍ତରୀଣ ତଥା କିଛି ଉତ୍ତର ଓଡ଼ିଶାର ଜିଲ୍ଲାମାନଙ୍କରେ କାଳବୈଶାଖୀ ବର୍ଷା ପବନ ସହିତ ବିପଜ୍ଜନକ ବଜ୍ରପାତ ଜାରି ରହିଥିବା ବେଳେ ସନ୍ଧ୍ୟା କିମ୍ବା ରାତ୍ରି ସମୟରେ ସମସ୍ତ ଉପକୂଳ-ଉତ୍ତର ଓଡିଶା ଜିଲ୍ଲା ସମେତ ଭୁବନେଶ୍ୱର ଓ କଟକରେ ମଧ୍ୟ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ବୁଧବାର ବିଜୁଳି-ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ୨୦ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ୟେଲୋ ଆଲର୍ଟ ଜାରି କରାଯାଇଥିବା ୨୦ ଜିଲ୍ଲା ହେଉଛି ଭଦ୍ରକ, କଟକ, ଖୋର୍ଦ୍ଧା, ଅନୁଗୁଳ, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ନୟାଗଡ଼, ବୌଦ୍ଧ, ଗଜପତି, ଯାଜପୁର, ଢେଙ୍କାନାଳ, ବରଗଡ଼, ନୂଆପଡ଼ା, ଜଗତସିଂହପୁର ଆଲର୍ଟ ଜାରି ହୋଇଥିବା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସହ ୪୦-୫୦ କିମି ବେଗରେ ପବନ ବହିବା ନେଇ ବିଭାଗ ତରଫରୁ ଆଲର୍ଟ ଜାରି କରାଯାଇଛି। ହେଲେ ସେପଟେ ବର୍ଷା ପ୍ରଭାବରେ ରାଜ୍ୟରେ କୌଣସି ପ୍ରକାର ଆଶ୍ୱସ୍ତିକର ପ୍ରଭାବ ଦେଖିବାକୁ ମିଳିନାହିଁ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)