୫୫ ଜଣ ଓଡିଆ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା କଣ୍ଟାବାଞ୍ଜି ପୋଲିସ ।

କଣ୍ଟାବାଞ୍ଜି ପୋଲିସ ଦ୍ୱାରା ୫୫ ଜଣ ଦାଦନ ଶ୍ରମିକ ଉଦ୍ଧାର । ରାଜ୍ୟ ବାହାରକୁ ଚାଲାଣ ହେବା ପୂର୍ବରୁ ଜଣେ ଦାଦନ ସର୍ଦ୍ଦାରଙ୍କ ଘରୁ ପୋଲିସ ଶ୍ରମିକ ମାନଙ୍କୁ ଉଦ୍ଧାର କରିଛି । ସର୍ଦ୍ଦାର ଜଣକ ଆଗୁଆ ବଇନା ଟଙ୍କା ଦେଇ ଶ୍ରମିକ ମାନଙ୍କୁ ନିଜ ଘରେ ରଖିଥିଲା । ପୁଲିସ କୌଣସି ପ୍ରକାରେ ଖବର ପାଇ ଗତକାଲି ବିଳମ୍ବିତ ରାତିରେ ଚଢ଼ାଉ କରି ଏହି ଦାଦନ ଶ୍ରମିକ ମାନଙ୍କୁ ଉଦ୍ଧାର କରିଛି । ଶ୍ରମିକ ମାନେ ନୂଆପଡା ଓ ବଲାଙ୍ଗୀର ଜିଲ୍ଲାର ତୁରେକେଲା ଅଞ୍ଚଳର ବୋଲି ଜଣାପଡିଛି । ଉଦ୍ଧାର ଶ୍ରମିକ ମାନଙ୍କ ମଧ୍ୟରେ ୨୫ ଜଣ ପୁରୁଷ ଶ୍ରମିକ, ୧୬ ଜଣ ମହିଳା ଓ ୧୪ ଜଣ ଛୋଟ ପିଲା ଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)