ଆଜିଠୁ ଯୋରନ୍ଦା ପୀଠରେ ମହିମା ମେଳା; କୋଣ ଅନୁକୋଣରୁ ସାଧୁ ସନ୍ଥ ତଥା ଭକ୍ତମାନଙ୍କର ସମାଗମ ।

ଅକ୍ଷର ବ୍ୟୁରୋ: ମହିମା ଧର୍ମୀଙ୍କ ମୁଖ୍ୟ ଧର୍ମସ୍ଥଳୀ ଯୋରନ୍ଦା ଠାରେ ଆଜି ଠାରୁ ୭ ଫେବୃଆରୀ ଯାଏଁ ମେଳା ଅନୁଷ୍ଠିତ ହେଉଛି । ଆଜି ଓ ଆସନ୍ତା କାଲି ୨ ଦିନ ମହିମା ସାଧୁ ସନ୍ଥଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ କାରଣ ଆଜି ମାଘ ଚତୁର୍ଦ୍ଦଶୀରେ ମହିମା ଧର୍ମର ମୁଖ୍ୟ ଗୁରୁ ଅଲେଖ ଗୋସେଇଁଙ୍କ ଦେହତ୍ୟାଗ ହୋଇଥିଲା । ତେଣୁ ସେହି ଗୁରୁଙ୍କ ଉଦ୍ଦେଶ୍ୟରେ ଦେଶର କୋଣ ଅନୁକୋଣରେ ଥିବା ସାଧୁ ସନ୍ଥ ତଥା ଭକ୍ତମାନେ ଯୋରନ୍ଦା ପୀଠରେ ଏକତ୍ରିତ ହୋଈ ଗୋସାଇଁଙ୍କ ସମାଧି ପୀଠ ଗାଦି ମନ୍ଦିରରେ ଘିଅ ନଡ଼ିଆ ଅଗ୍ନିରେ ସମର୍ପିତ କରି ଜଗତ କଲ୍ୟାଣ ନିମନ୍ତେ ପ୍ରାର୍ଥନା କରନ୍ତି । ସୂର୍ଯ୍ୟସ୍ତ ପରେ ଗାଦି ମନ୍ଦିରର ଚାରି ଦୁଆରରେ ପିତ୍ତଳ ୧୦୮ ଝାଡବତି ପ୍ରଜ୍ୱଳନ କରାଯିବ ।

ଗୁରୁ ଓ ଶିଷ୍ୟଙ୍କ ଆଜି ମିଳନର ପର୍ବ । ଏହି ଦୁଇ ଦିନରେ ୧୦ ଲକ୍ଷ ଲୋକଙ୍କ ସମାଗମକୁ ଆଖି ଆଗରେ ରଖି ପୁଲିସ୍  ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରଯାଇଛି । ୧ ତାରିଖ ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଯୋରନ୍ଦା ଆସିବାର କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଇଛି ବୋଲି ଏସପି ସୂଚନା ଦେଇଛନ୍ତି । ରାଜ୍ୟ ଭିତରୁ ଓ ବାହାର ରାଜ୍ୟରୁ ଭକ୍ତମାନେ ଆସୁଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)