ଜୁନ୍ ୨ ଯାଏଁ ସାଙ୍ଘାତିକ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗର ସୂଚନା ।

ଅକ୍ଷର ବ୍ୟୁରୋ: ଗ୍ରୀଷ୍ମପ୍ରବାହରେ ହନ୍ତସନ୍ତ ସାରା ଓଡ଼ିଶା । ଦିନରେ ଖରା ରାତିରେ ଗୁଳୁଗୁଳି । ଜୁନ୍ ୨ ଯାଏଁ ନିସ୍ତାର ନାହିଁ, ସାଙ୍ଘାତିକ ଗ୍ରୀଷ୍ମପ୍ରବାହ ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି କରାଯାଇଛି ।ବୌଦ୍ଧର କିଛି ସ୍ଥାନ ପାଇଁ ମଧ୍ୟ ରେଡ ଆଲର୍ଟ ଦିଆଯାଇଛି । ଝାରସୁଗୁଡା, ସୁବର୍ଣ୍ଣପୁର, କଳାହାଣ୍ଡି, ନୂଆପଡା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । କନ୍ଧମାଳ, ବରଗଡ ପାଇଁ ୟେଲୋ ଆଲର୍ଟ ଦିଆଯାଇଛି ।

ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଆଜି ତାପମାତ୍ରା ୪୭ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି । ହିଟ୍ ୱେଭ୍ ନେଇ ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି କରାଯାଇଛି । ସେପଟେ ଆସନ୍ତା ୨୯ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଅବଶ୍ୟ ପାଣିପାଗ ବିଭାଗର ଏଭଳି ଆକଳନ ଆଶ୍ୱସ୍ତି ଦେଇଛି । ଏହା ଯଦି ଲଘୁଚାପରେ ପରିଣତ ହୁଏ ତାହେଲେ ଜୁନ ୩ ବେଳକୁ ବର୍ଷା ହେବା ନେଇ ଆକଳନ କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)