୨୪ ଘଣ୍ଟାରେ ଆଣ୍ଡାମାନ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ; ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ।

ଖୁସି ଖବର ଏଥର ସଅଳ ଆସୁଛି ମୌସୁମୀ। ୨୪ ଘଣ୍ଟାରେ ଆଣ୍ଡାମାନ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ। ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ ସମ୍ପୂର୍ଣ୍ଣ ଅନୁକୂଳ। ଆଣ୍ଡାମାନ ସାଗର ଓ ଦକ୍ଷିଣ ବଙ୍ଗୋପସାଗରକୁ ଛୁଇଁବ ମୌସୁମୀ। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପାଣିପାଗର କେନ୍ଦ୍ରର ସୂଚନା ଅନୁସାରେ, କାଲି ଆଣ୍ଡାମାନ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ। ମୌସୁମୀ ବାୟୁ ଅଗ୍ରସର ନେଇ ପାଣିପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଆଣ୍ଡାମାନ ସାଗର ଓ ଦକ୍ଷିଣ ବଙ୍ଗୋପସାଗରକୁ ଛୁଇଁବ ମୌସୁମୀ।

ଅନ୍ୟପକ୍ଷରେ ତତଲା  ଉପକୂଳରୁ ଉତ୍ତର, ପୁଣି ପଶ୍ଚିମରୁ ଦକ୍ଷିଣ ସବୁଠି ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମଲହରୀ। ୧୫ ତାରିଖ ଯାଏଁ ତାତିରୁ ନିସ୍ତାର ନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଆକଳନ କରାଯାଇଛି। ଆସନ୍ତାକାଲି ପାଇଁ ୯ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ଓ ୧୦ ଜିଲ୍ଲାକୁ ଗରମ ଗୁଳୁଗୁଳି ନେଇ ୟେଲୋ ଚେତାବନୀ ଜାରି ହୋଇଛି। ଅନ୍ୟପକ୍ଷରେ ପ୍ରଚଣ୍ଡ ଖରା ବେଳେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)