ଅକ୍ଷର ବ୍ୟୁରୋ: ଝାରସୁଗୁଡା ଜିଲ୍ଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ଆଜି ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି । ପରୀକ୍ଷାରେ ମୋଟ ୪୦୪୦ ଜଣ ପରୀକ୍ଷାର୍ଥୀ ଭାଗ ନେଇଛନ୍ତି । ଓଏସ୍ଏପି ବାଟାଲିୟନ ପଡିଆରେ ଏହି ପରୀକ୍ଷା ଆୟୋଜନ କରାଯାଉଛି । ଏହି ପରୀକ୍ଷାରୁ ୧୦୧୦ ଜଣ ପ୍ରାର୍ଥୀ ମନୋନୀତ ହୋଇ ପରବର୍ତ୍ତୀ ଶାରୀରିକ ପରୀକ୍ଷାକୁ ଯିବେ । ପରୀକ୍ଷା କିଭଳି ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ତାକୁ ଆଖି ଆଗରେ ରଖି ପରୀକ୍ଷାସ୍ଥଳରେ ପର୍ଯ୍ୟାପ୍ତ ପୁଲିସ ମୁତୟନ କରାଯାଇଛି ।
୧୦୨ଟି ହୋମଗାର୍ଡ ପଦ ପାଇଁ ୪ ହଜାରରୁ ଅଧିକ ଆଶାୟୀ ।












Leave a Reply