୨୦୩୬ ସୁଦ୍ଧା ଅର୍ଥନୀତିରେ ଶ୍ରେଷ୍ଠ ୫ ରାଜ୍ୟରେ ଓଡ଼ିଶା ରହିବ: ମୁଖ୍ୟମନ୍ତ୍ରୀ

ଅକ୍ଷର ବ୍ୟୁରୋ: ଆଗାମୀ ଦଶ ବର୍ଷ ଓଡିଶା ପାଇଁ ଡ୍ରିମ୍ ଡିକେଡ୍ । ଗତ ୮୦ ବର୍ଷ ଓଡ଼ିଶା ପାଇଁ ଥିଲା ଲସ୍ ଡିକେଡ୍ । ବର୍ତ୍ତମାନ ଓଡ଼ିଶା ହେବ ହ୍ୟୁମାନ କ୍ୟାପିଟାଲ । ରାଜ୍ୟରେ ଶିଳ୍ପ ବିପ୍ଳବ ଆରମ୍ଭ ହୋଇଛି । ଏହା ଓଡ଼ିଶାର ଦିଶା ଆଉ ଦଶା ପରିବର୍ତ୍ତନ କରିବ । ସମୃଦ୍ଧ ଓଡ଼ିଶା ୨୦୩୬ କନକ୍ଳେଭରେ ଯୋଗ ଦେଇ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ଏବେ ୧୨୦ ବିଲିୟନ ଅର୍ଥନୀତିରେ ଅଛି । ୨୦୩୬ ସୁଦ୍ଧା ୫୦୦ ବିଲିୟନ ଅର୍ଥନୀତିରେ ଓଡ଼ିଶାକୁ ପହଞ୍ଚାଇବାକୁ ହେବ । ଆମ ସରକାର ଏବେ ସୁଦ୍ଧା ୫ ଲକ୍ଷ ୬୦ ହଜାର କୋଟିର ୨୬୦ଟି ପ୍ରକଳ୍ପ ଅନୁମୋଦନ କରିଛନ୍ତି । ଯାହାଦ୍ୱାରା ୩ ଲକ୍ଷ ୬୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେଥିରୁ ଗ୍ରାଉଣ୍ଡିଂ ହୋଇ ସରିଛି ୨ ଲକ୍ଷ କୋଟିର ପ୍ରକଳ୍ପ । ସେମିକଣ୍ଡକ୍ଟରରେ ସମସ୍ତ ରାଜ୍ୟ ୧ କଲା ବେଳେ ଆମେ ୫ରେ ଅଛୁ । ଓଡ଼ିଶା ସେମିକଣ୍ଡକ୍ଟରରେ ଏକ ନମ୍ବରରେ ରହିଛି । ଖୁଵ୍ ଶୀଘ୍ର ଓଡ଼ିଶା ହେବ ହ୍ୟୁମାନ କ୍ୟାପିଟାଲ । ଦକ୍ଷତା ବୃଦ୍ଧି ପାଇଁ ସିଙ୍ଗାପୁର ସହ ଚୁକ୍ତି ହୋଇଛି । ଆଗାମୀ ଦଶନ୍ଧି ପରିବର୍ତ୍ତନର ପରବର୍ତ୍ତୀ ଦଶନ୍ଧି । ୨୦୩୬ ସୁଦ୍ଧା ଅର୍ଥନୀତିରେ ଶ୍ରେଷ୍ଠ ୫ ରାଜ୍ୟରେ ଓଡ଼ିଶା ରହିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)