ଆସନ୍ତାକାଲିଠୁ ବଦଳିବ ପାଗ। ଗରମରୁ ଆଶ୍ୱସ୍ଥି ଦେବ କାଳ ବୈଶାଖୀ । ଘଡ଼ଘଡି ସହ ବୃଷ୍ଟିପାତ ନେଇ ୧୦ ଜିଲ୍ଲାକୁ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ଭିତରେ ମୟୂରଭଞ୍ଜ, କେନ୍ଦୁଝର,ଅନୁଗୁଳ, ବୌଦ୍ଧ, ଖୋର୍ଦ୍ଧା, କଳାହାଣ୍ଡି, ରାୟଗଡା, ନବରଙ୍ଗପୁର,କୋରାପୁଟ, ଓ ମାଲାକନଗିରି ଜିଲ୍ଲା ମାନଙ୍କରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାନେଇ ଅନୁମାନ କରାଯାଉଛି । ସେହି ସମୟରେ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ୨, ୩ ଓ ୪ ତାରିଖରେ ଏଭଳି ବର୍ଷା ସମ୍ଭାବନା ଥିବା ବେଳେ ୪ ପରେ ପୁଣି ଧୀରେ ଧୀରେ ଖରା ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ୨୪ ଘଣ୍ଟା ଭିତରେ ରାଜ୍ୟରେ ସବୁଠୁ ଅଧିକ ତାପମାତ୍ରା ରେକର୍ଡ଼ ହୋଇଛି ବୌଦ୍ଧ ଜିଲାରେ । ବୌଦ୍ଧ ଜିଲାରେ ୪୧.୮ ଡିଗ୍ରୀ ରେକଡ଼ ହୋଇଛି । ରାଜ୍ୟର ୯ ଟି ଜାଗାରେ ୪୦ ଡିଗ୍ରୀରୁ ଅଧିକ ତାପମାତ୍ରା ରହିଛି ।
ଆସନ୍ତାକାଲିଠୁ ବଦଳିବ ପାଗ; ଘଡ଼ଘଡ଼ି ବର୍ଷା ସହ ୧୦ ଜିଲ୍ଲାକୁ ସତର୍କତା ଜାରି!












Leave a Reply