ଅକ୍ଷର ବ୍ୟୁରୋ: ଆଜି ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ଖୋଲିବ ଧାନ ମଣ୍ଡି । ହେଲେ, ଏଯାଏଁ ବରଗଡ଼ ଜିଲ୍ଲାର ଚାଷୀଙ୍କୁ ମିଳିନି ଟୋକନ । ତେଣୁ ଧାନ କେମିତି ବିକିବେ, ତାକୁ ନେଇ ଚାଷୀ ଦ୍ୱନ୍ଦ୍ୱରେ । ବରଗଡ଼ରେ ଏପର୍ଯ୍ୟନ୍ତ କାହିଁକି ଟୋକନ ମିଳିନାହିଁ ବୋଲି ଗତକାଲି ଜିଲ୍ଲାପାଳଙ୍କ ଅଫିସ ଯାଇ ପ୍ରଶ୍ନ କରିଥିଲେ ଚାଷୀ । ସେପଟେ ସମ୍ବଲପୁରରେ ଗତ ରାତିରେ ଚାଷୀଙ୍କୁ ଟୋକନ୍ ମିଳିଛି । ସମ୍ବଲପୁରରେ ୬୫ ହଜାର ୧୪୨ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । କିନ୍ତୁ ୪୯ ହଜାର ଚାଷୀଙ୍କୁ ବର୍ତ୍ତମାନ ସୁଦ୍ଧା ଟୋକନ ମିଳିଛି । ବାକି ୧୬ ହଜାର ଚାଷୀଙ୍କୁ ଟୋକନ୍ ମିଳିନାହିଁ । ଅଧିକ ଦିନ ଧାନ ପଡ଼ିରହିଲେ ଶୀତୁଆ ପାଗରେ ଧାନ ନଷ୍ଟ ହେବାର ଆଶଙ୍କା ରହିଛି । ଯାହାର ଫାଇଦା ଦଲାଲ ଉଠାଉଛନ୍ତି । ସମ୍ବଲପୁରରେ ୬୫ ହଜାର ୧୪୨ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ୧୩୪ଟି ମଣ୍ଡିରେ ଧାନ କିଣାଯିବ । ସେହିପରି ବରଗଡ଼ ଜିଲ୍ଲାରେ ୧ ଲକ୍ଷ ୬୩ ହଜାର ୭୨୭ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି ।
ଆଜି ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ଖୋଲିବ ଧାନ ମଣ୍ଡି; ହେଲେ,ଏଯାଏଁ ବରଗଡ଼ ଜିଲ୍ଲାର ଚାଷୀଙ୍କୁ ମିଳିନି ଟୋକନ ।












Leave a Reply