ଅକ୍ଷର ବ୍ୟୁରୋ: ରାଜ୍ୟରେ ବ୍ୟାନ୍ ହେବନି ପାନ ମସଲା । ଏନେଇ CT & GST ଓ ଅର୍ଥ ବିଭାଗକୁ ସ୍ୱାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି । ଚିଠି ଲେଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ହୋଇଛି । ପାନ ମସଲାରେ ଟବାକୋ ଓ ନିକୋଟିନ୍ ନଥିବା ଚିଠିରେ ଉଲ୍ଲେଖ ହୋଇଛି । ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ରାଜ୍ୟରେ ବନ୍ଦ ହେଲା ପାନ ମସଲା, ଗୁଟଖା, ଖଇନି ଆଦି ମାଦକ ପଦାର୍ଥ । ରାଜ୍ୟରେ ପାନ ମସଲା, ଗୁଟଖା, ଖଇନିରେ ପ୍ରତିବନ୍ଧକ ଲଗାଇଲେ ସରକାର । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଭଳି ମାଦକ ପଦାର୍ଥର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂକୁ ବ୍ୟାନ୍ ଲଗାଯିବା ସହ ଏହାର ବ୍ୟବସାୟ, ବିକ୍ରି, ପରିବହନରେ ପ୍ରତିବନ୍ଧକ ଲଗାଯାଇଛି । ରାଜ୍ୟ ସରକାର ୨୦୧୩ରେ କରିଥିବା ଏକ ବିଜ୍ଞପ୍ତି ଆଧାରରେ ବୁଧବାର ସାନି ବିଜ୍ଞପ୍ତି ଜାରି କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସାଧାରଣ ଜନସ୍ୱାସ୍ଥ୍ୟର ସୁରକ୍ଷା ଦୃଷ୍ଟିକୋଣରୁ ରାଜ୍ୟ ସରକାର ଓଡ଼ିଶାରେ ଗୁଟ୍ଖା, ପାନ ମସଲା, ଜର୍ଦ୍ଦା, ଖଇନି ଓ ତମାଖୁ କିମ୍ବା ନିକୋଟିନ୍ ଯୁକ୍ତ ସମସ୍ତ ପ୍ରକାରର ଖାଦ୍ୟ ପଦାର୍ଥର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ସଞ୍ଚୟ, ପରିବହନ, ବଣିଜ୍ୟ ଓ ବିକ୍ରୟ ଉପରେ ପ୍ରତିବନ୍ଧ ଜାରି କରିଛନ୍ତି । ଏହି ନିଷେଧାଜ୍ଞା ଖାଦ୍ୟ ସୁରକ୍ଷା ଓ ମାନକ ଆଇନ-୨୦୦୬ ଏବଂ ଖାଦ୍ୟ ସୁରକ୍ଷା ଓ ମାନକ (ବିକ୍ରୟ ଉପରେ ପ୍ରତିବନ୍ଧ ଓ ନିୟନ୍ତ୍ରଣ) ବିଧି-୨୦୧୧ର ଧାରା ୨.୩.୪ ଅନୁଯାୟୀ ଜାରି କରାଯାଇଛି ।
ରାଜ୍ୟରେ ବ୍ୟାନ୍ ହେବନି ପାନ ମସଲା; ଅର୍ଥ ବିଭାଗକୁ ସ୍ୱାସ୍ଥ୍ୟ ସଚିବଙ୍କ ଚିଠି












Leave a Reply