ବିଧାନସଭାରେ ମେଗା ପାନୀୟ ଜଳ ପ୍ରୋଜେକ୍ଟ ଦୁର୍ନୀତି ନେଇ ପୂର୍ବ ସରକାରକୁ ଟାର୍ଗେଟ୍‌ କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ।

ଅକ୍ଷର ବ୍ୟୁରୋ: ବିଧାନସଭାରେ ପୂର୍ବ ସରକାରକୁ ଟାର୍ଗେଟ୍‌ କଲେ ପଞ୍ଚାୟତିରାଜ ମନ୍ତ୍ରୀ । ମେଗା ପାନୀୟ ଜଳ ପ୍ରୋଜେକ୍ଟ ଦୁର୍ନୀତି ନେଇ ବିଜେଡିକୁ ଟାର୍ଗେଟ୍‌ କଲେ । ପୂର୍ବ ସରକାରରେ ନଳ ଥିଲା ଜଳ ନଥିଲା, ଏବେ ନଳ ଆଉ ଜଳ ଅଛି । ୨୦୨୪ ଜୁନ୍ ସୁଦ୍ଧା ବିଜେଡି ୩ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କରିଥିଲା । ଆମେ ୧୭ ମାସରେ ୨୨ଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରିଛୁ ବୋଲି କହିଛନ୍ତି ରବି ନାଏକ । ବିଜେଡି ୧୬ଟି ସିଭିଲ୍ ପ୍ରୋଜେକ୍ଟ କରିଥିଲା, ଆମେ ୬୬ଟି ସମ୍ପୂର୍ଣ୍ଣ କରିଛୁ’ । ୩୭୩୩ଟି ସୋଲାର ପ୍ରୋଜେକ୍ଟ ଶେଷ କଲେ, ଆମେ ୨୭୦୨ ପ୍ରୋଜେକ୍ଟ ସାରିଛୁ । ହର ଘର ଜଳ ଯୋଜନାରେ ୬୦୩୨ ପ୍ରୋଜେକ୍ଟ ସାରିଥିଲେ, ଆମେ ୪୭୯୧ କରିଛୁ’ । ୨୮,୩୫୦ ନଳକୂପ ବିଜେଡି କରିଥିଲେ, ଆମେ ୨୨,୯୬୪ଟି କରିଛୁ । ପିଏମ ଗତି ଶକ୍ତିରେ ବିଜେପି ୭୧ ହଜାର କିମି ପାଇପ୍ ଲାଇନ ବିଛାଇଛି’ ବୋଲି କହିଛନ୍ତି ମନ୍ତ୍ରୀ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)