ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁର୍ଘଟଣା । ବେପରୁଆ ଗାଡ଼ି ଚାଳନ ଯୋଗୁଁ ଚାଲିଗଲାଣି ଅନେକଙ୍କ ଜୀବନ । ଆଜି ସକାଳୁ ପୁଣି ଘଟିଛି ଆଉ ଏକ ଦୁର୍ଘଟଣା । କିନ୍ତୁ ଏଥର ଦୁର୍ଘଟଣାରେ ଆଖି ବୁଜିଛନ୍ତି ପୁଲିସ କର୍ମୀ । ବିଳମ୍ବିତ ରାତିରେ କଟକ ପାରାଦ୍ୱୀପ ରୋଡ୍ ଗତିରାଉତପାଟଣାରେ ପିସିଆର ଗାଡ଼ିକୁ ଧକ୍କା ଦେଇଛି ହାଇୱା । ସିଆରଆର ଥାନା ପିସିଆର ପାଟ୍ରୋଲିଂ ବେଳେ ପିସିଆର୍ ଉପରେ ଏକ ବାଲି ବୋଝେଇ ଟ୍ରକ ଚଢି ଯାଇଥିଲା ଫଳରେ ଘଟଣାସ୍ଥଳରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । କଟକ ବଡ଼ ମେଡିକାଲରେ ଗୁରୁତରଙ୍କ ଚାଲିଛି ଚିକିତ୍ସା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହ ଟ୍ରକ ଡ୍ରାଇଭରକୁ ମଧ୍ୟ ଅଟ ରଖି ପଚରାଉରଚା କରୁଛି ବର୍ତ୍ତମାନ ତଦନ୍ତ ଆରମ୍ଭ ଜାରି ରହିଛି ।
ପିସିଆରକୁ ଧକ୍କା ଦେଲା ହାଇୱା; ଦୁର୍ଘଟଣାରେ ଆଖି ବୁଜିଲେ ଦୁଇ ପୁଲିସକର୍ମୀ












Leave a Reply