ତମାଣ୍ଡୋ ଥାନା ନିକଟ ଗହଣା ଦୋକାନରୁ ୬ଲକ୍ଷ ଟଙ୍କାର ଲୁଟ୍, ନାବାଳକକୁ ଗିରଫ କରିଛି ପୋଲିସ୍ ।

ଅକ୍ଷର ବ୍ୟୁରୋ: ଭୁବନେଶ୍ୱର ତମାଣ୍ଡୋ ଥାନା କଳିଙ୍ଗନଗରର ଏକ ଗହଣା ଦୋକାନରୁ ଲୁଟ କରିଥିବା ଲୁଟେରା ଗିରଫ । ପେପର୍ ସ୍ପ୍ରେ କରି ଲୁଟୁଥିଲା ୬ ଲକ୍ଷ ଟଙ୍କାର ସୁନା ଗହଣା । ଲୁଟ କରିଥିବା ଅଭିଯୁକ୍ତ ଜଣକ ଏକ ନାବାଳକ ବୋଲି ଜଣାପଡ଼ିଛି । ୧୭ ବର୍ଷିୟ ନାବାଳକ ଏହି ଲୁଟ କରିଥିବା ପୁଲିସ ଜାଣିବାକୁ ପାଇବା ସହ ତାକୁ ଗିରଫ କରିଛି । ଗତକାଲି ଗ୍ରାହକ ହୋଇ ଗହଣା ଦୋକନକୁ ଆସି, ଭଉଣୀ ବାହାଘର ପାଇଁ ଗହଣା କିଣିବା ବାହାନାରେ ଲୁଟ କରିଥିଲା ଦୁର୍ବୃତ୍ତ । ମୁଦି ପିନ୍ଧିବା ପରେ ପାଖରେ ଥିବା ଅନ୍ୟ ଚେନ୍ ସହ ମୁଦି ନେଇ ଦୌଡିଥିଲା ଦୁର୍ବୃତ୍ତ । ମୁହଁରେ ସ୍ପ୍ରେ ମାରି କରିଥିଲା ଲୁଟ୍ । ଏହି ଲୁଟେରା ପାଖାପାଖି ୫ଟି ମୁଦି, ଦୁଇଟି ସୁନା ଚେନ୍ ନେଇଯାଇଥିବା ବେଳେ ସିସିଟିଭି ଆଧାରରେ ପୁଲିସ ତାକୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)