କୋରାପୁଟ କଫିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଅକ୍ଷର ବ୍ୟୁରୋ: କୋରାପୁଟ କଫିକୁ ଆଜି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୨୭ତମ ‘ମନ କି ବାତ୍’ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମରେ କୋରାପୁଟ କଫିକୁ ପ୍ରଶଂସା । ପ୍ରଶଂସା କରି ମୋଦୀ କହିଛନ୍ତି ‘ଓଡିଶାର କୋରାପୁଟ କଫି ଅତ୍ୟନ୍ତ ସ୍ଵାଦିଷ୍ଟ । କୋରାପୁଟ କଫି ହେଉଛି ଓଡିଶାର ଗୌରବ’ । ଚା’ ସହିତ କୋରାପୁଟ କଫି କଥା କହିଛନ୍ତି ପିଏମ୍ ମୋଦୀ । ଅନେକ ଲୋକ ଚାକିରି ଛାଡି କଫି ଚାଷରେ ମନ ବଳାଉଛନ୍ତି । କଫି ଚାଷରେ ମହିଳାଙ୍କ ସହଭାଗିତାକୁ ମୋଦୀ ପ୍ରଶଂସା କରିଛନ୍ତି । ଆଜିର ସମୟରେ କୋରାପୁଟ କଫିରୁ ବହୁ ଲାଭ ମିଳୁଛି ବୋଲି ମଧ୍ୟ କହିଛନ୍ତି ମୋଦୀ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)