ଆସନ୍ତା ୨୫ ତାରିଖରେ ରାମ ମନ୍ଦିର ଶିଖରରେ ଉଡିବ ଧର୍ମ ଧ୍ୱଜା ।

ଅକ୍ଷର ବ୍ୟୁରୋ: ରାମ ମନ୍ଦିର ଶିଖରରେ ଉଡିବ ଧର୍ମ ଧ୍ୱଜା । ଆସନ୍ତା ୨୫ ତାରିଖରେ ଧ୍ୱଜାରୋହଣ ଉତ୍ସବ । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ମୋଦି ମନ୍ଦିର ଉପରେ ଧର୍ମଧ୍ୱଜା ଉତ୍ତୋଳନ କରିବେ । ମନ୍ଦିର ଉପରେ ଯେଉଁ ପତାକା ଉଡ଼ାଯିବ ତାହା ଗେରୁଆ ରଙ୍ଗର ହେବ ଏବଂ ଏଥିରେ ସୂର୍ଯ୍ୟ ଦେବତାଙ୍କୁ ଚିତ୍ରଣ କରାଯିବ । ଏହି ପତାକା ୧୯୪ ଫୁଟ ଉଚ୍ଚରେ ଉଡ଼ିବ, ଯାହା ଫଳରେ ଦିବ୍ୟ ରାମ ମନ୍ଦିର ଆହୁରି ସୁନ୍ଦର ହୋଇଯିବ । ଧର୍ମଧ୍ୱଜର ଶୁଭ ସମୟ ହେଉଛ ୨୫ ନଭେମ୍ବର ସକାଳ ୧୧ଟା ୫୮ରୁ ଅପରାହ୍ନ ଗୋଟାଏ । ଏହି ପବିତ୍ର ସମୟରେ, ପ୍ରଧାନମନ୍ତ୍ରୀ ମୋଦି ରାମ ମନ୍ଦିରର ଶୀର୍ଷରେ ଧର୍ମଧ୍ୱଜ ଉତ୍ତୋଳନ କରିବେ । ଏହା ପରେ, ସେ ଦେଶକୁ ସମ୍ବୋଧିତ କରିବେ ଏବଂ ରାମ ମନ୍ଦିର ନିର୍ମାଣ ଶେଷ ହେବା ନେଇ ଆନୁଷ୍ଠାନିକ ଭାବରେ ଘୋଷଣା କରିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଗମନକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)