ଟ୍ୱିନ୍ ସିଟିକୁ କାଳବୈଶାଖୀ ବର୍ଷା ନେଇ ରେଡ୍ ଆଲର୍ଟ। ରାଜ୍ୟରେ ପ୍ରବଳ ବର୍ଷା ନେଇ ଆଲର୍ଟ କଲା ପାଣିପାଗ ବିଭାଗ । ଆଗାମୀ ୨ରୁ ୩ ଘଣ୍ଟାରେ ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଘଡଘଡି ସହ ପ୍ରବଳ ବର୍ଷା ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ । ଜିଲ୍ଲାଗୁଡିକ ହେଉଛି କୋରାପୁଟ, କଟକ, ଖୋର୍ଦ୍ଧା, ନୟାଗଡ, ଜୟପୁର, ବାଲେଶ୍ୱର, ଗଞ୍ଜାମ । ଏସବୁ ଜିଲ୍ଲାକୁ କୁଆପଥର ମାଡ ସହ କାଳବୈଶାଖୀ ବର୍ଷା ହୋଇପାରେ । ଏହା ସହ ଘଣ୍ଟାକୁ ୬୦ରୁ ୭୦ କିମି ବେଗରେ ପବନ ବହିବା ନେଇ ସୂଚନା ରହିଛି । ରାଜ୍ୟର ୧୮ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ମଧ୍ୟ ଜାରି ହୋଇଛି। ଅନ୍ୟପଟେ ବଜ୍ରପାତରେ ୩ଜଣଙ୍କ ଜୀବନ ଯାଇଥିବା ଜଣାପଡିଛି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ବଜ୍ରପାତ ନେଇଛି ଜୀବନ । ଆଈ ,ନାତୁଣୀଙ୍କ ସହ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ବୃଦ୍ଧ ଗୁରୁତର ହୋଇଥିବା ଜଣାପଡଛି ।
୭ ଜିଲ୍ଲାକୁ ୨ରୁ୩ ଘଣ୍ଟା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ












Leave a Reply