ଅକ୍ଷର ବ୍ୟୁରୋ: ଅଂଶୁଘାତରେ RIଙ୍କ ମୃତ୍ୟୁ ଅଭିଯୋଗ । ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ତହସିଲର କାର୍ଯ୍ୟରତ ରାଜସ୍ୱ ନୀରିକ୍ଷକ ଅଧିକାରୀ ଚୈତନ୍ୟ ଦେହୁରୀଙ୍କ ଅକସ୍ମାତ୍ ମୃତ୍ୟୁ ହୋଇଛି । ସୂଚନାନୁଯାୟୀ, ଚୈତନ୍ୟ ଦେହୁରୀ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ପାଲା ମଣ୍ଡପ ନିକଟରେ ଏକ ଭଡା ଘରେ ସ୍ତ୍ରୀ ଓ ସାତ ବର୍ଷର ଝିଅ ସହିତ ରହୁଥିଲେ । ଗୁରୁବାର ସକାଳେ ଶ୍ଵଶୁର ଘର କାମାକ୍ଷାନଗର ଯାଇ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା କରିବା ପରେ ଭୁବନ ଫେରି ଆସିଥିଲେ । କିନ୍ତୁ ଗତକାଲି ବିଳମ୍ବିତ ରାତିରେ ଦେହ ଖରାପ ହେବାରୁ ତାଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଭୁବନ ପୋଲିସ ଶବକୁ ଜବତ କରି ତଦନ୍ତ ଚଳାଇଛି । ତେବେ କେଉଁ କାରଣରୁ ମୃତ୍ୟୁ ହେଲା ଜଣାପଡିନାହିଁ । ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ମୃତ୍ୟୁ ନେଇ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।
ରାଜସ୍ୱ ନୀରିକ୍ଷକ ଅଧିକାରୀଙ୍କ ଅକସ୍ମାତ୍ ମୃତ୍ୟୁ; ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ।











Leave a Reply