ଅକ୍ଷର ବ୍ୟୁରୋ: ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳାଧିନରେ ରହିଥିବା ଭେଣ୍ଡିଂ ଜୋନ୍ ଓ ଓମ୍ଫେଡ୍ ବୁଥ୍ ରେ ନିଶା ଦ୍ରବ୍ୟ ଯେପରିକି ଗୁଟଖା, ସିଗାରେଟ, ପାନ ବିକ୍ରି କଲେ ବ୍ୟବସାୟୀଙ୍କ ଉପରେ ବିଏମସି ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦିଆଯାଇଛି । ଏହି ନିୟମ ଯେଉଁ ବ୍ୟବସାୟୀ ଉଲଂଘନ କରିବେ ତାଙ୍କର ଲାଇସେନ୍ସ ବାତିଲ ନେଇ ମଧ୍ୟ କଡା ନିର୍ଦ୍ଦେଶ ଦେଇଛି ବିଏମସି । ଏହା ଛଡା ଅନ୍ୟ ଦୋକାନ ମାନଙ୍କୁ ମଧ୍ୟ ବିଏମସି ପକ୍ଷରୁ ଚଢ଼ାଉ କରାଯିବା ନେଇ ମଧ୍ୟ ସୂଚନା ମିଳିଛି । କଲେଜ, ଅନ୍ୟାନ୍ୟ ଶିକ୍ଷା ଅନୁଷ୍ଠାନ ନିକଟରେ ବ୍ୟବସାୟୀ ମାନେ ବିକ୍ରୟ କରିବ ନାହିଁ ସେ ପ୍ରତି ମଧ୍ୟ ଧ୍ୟାନ ଦିଆଯିବ । ନିଶା ଦ୍ରବ୍ୟକୁ ଯାଞ୍ଚ କରିବା ନେଇ ସ୍ଵତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ୍ ଗଠନ କରାଯିବା ସହ ଏହାକୁ କଡାକଡି ଲାଗୁ କରିବା ପାଇଁ ବିଏମସି ସାଧରଣ ପରିଷଦ ବୈଠକ ରେ ନିଷ୍ପତି ହୋଇଛି ।
ଭେଣ୍ଡିଂ ଜୋନ୍ ଓ ଓମ୍ଫେଡ୍ ବୁଥ୍ ରେ ନିଶା ଦ୍ରବ୍ୟ ବିକ୍ରି ମନା; ନିୟମ ଉଲଂଘନ କଲେ ବିଏମସି ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ।












Leave a Reply