ଅକ୍ଷର ବ୍ୟୁରୋ: ସକାଳୁ ସକାଳୁ ଗଞ୍ଜାମ ଚିକିଟି ଗଡ଼ରେ ଘଟିଛି ଏକ ଦୁର୍ଘଟଣା । ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ବିଦ୍ୟାଳୟ ଯିବାବେଳେ ସ୍କୁଲ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ । ଡ୍ରାଇଭର ସମେତ ପାଞ୍ଚ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଆଜି ସକାଳେ ଭ୍ୟାନଟି ସକାଳୁ ଚାନ୍ଦପୁର ଅଞ୍ଚଳରୁ ୧୨ ଜଣ ପିଲାଙ୍କୁ ନେଇ ପିତାତଳି ଆଦର୍ଶ ବିଦ୍ୟାଳୟ ଯାଉଥିଲା । ମାତ୍ର ଗାଡ଼ିଟି କିଛି ବାଟ ଯିବା ପରେ ଚିକିଟି ଇଲେକ୍ଟ୍ରିକ୍ ଅଫିସ ନିକଟରେ ହଠାତ୍ ଏକ ପୋଲକୁ ପିଟି ଓଲଟି ପଡ଼ିଥିଲା । ପିଲାଙ୍କ କାନ୍ଦ ବୋବାଳି ଶୁଣି ତୁରନ୍ତ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଥିଲେ । ଏହାପରେ ସେମାନେ ସଙ୍ଗେସଙ୍ଗେ ସମସ୍ତ ପିଲା ଓ ଡ୍ରାଇଭରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ନେଇଥିଲେ । ସେଠାରେ ଆହତ ୫ ଛାତ୍ରଛାତ୍ରୀଙ୍କ ଚିକିତ୍ସା କରାଯାଇଛି । ମାତ୍ର ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି । ଆଖି ଲାଖି ଯାଇଥିବାରୁ ଏପରି ଦୁର୍ଘଟଣା ଘଟିଥିବା ଡ୍ରାଇଭର କହିଛନ୍ତି । ପୋଲିସ୍ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି । ଏହି ଘଟଣାକୁ ନେଇ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଗଞ୍ଜାମ ଚିକିଟି ଗଡ଼ରେ ଓଲଟିଲା ସ୍କୁଲ ଭ୍ୟାନ୍; ଡ୍ରାଇଭର ସମେତ ପାଞ୍ଚ ଜଣ ଛାତ୍ରଛାତ୍ରୀ ଆହତ ।












Leave a Reply