ମଦ ପିଇଥିବା ପୁଅକୁ ତାଗିଦ୍ କଲାରୁ ବାପାର ଜୀବନ ନେଲା ପୁଅ !

ମଦ ପିଇ ରାତି ଅଧରେ ଘରକୁ ଫେରିଥିବା ପୁଅକୁ ତାଗିଦ୍ କଲାରୁ ବୁଢାବାପାକୁ ହାତୁଡିରେ ପିଟି ନିର୍ମମ ଭାବେ ହତ୍ୟା କରିଛି କୁଳାଙ୍ଗାର ପୁଅ। ଏଭଳି ଏକ ଅମାନବୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଲାମପଦ ଗାଁରେ। ମୃତ ବୃଦ୍ଧ ହେଉଛନ୍ତି ସୁରଜ ଦିଗାଲଙ୍କ ବାପା ଡାକେଣା ଦିଗାଲ ବୟସ 65 । ବିଳମ୍ବିତ ରାତିରେ ସୁରଜ ପ୍ରଚୁର ମଦ୍ୟପାନ କରି ଘରକୁ ଆସିଥିଲା । ଏହି ସମୟରେ ବାପା ଡ଼ାକେଣା ଦିଗାଲ ପୁଅକୁ ଏତେ ରାତି ହେଲାଣି କେଉଁଆଡ଼େ ମଦ ପିଉଥିଲୁ ବୋଲି ତାଗିଦ୍ କରିଥିଲେ । ଏଥିରେ ପୁଅ ସୁରଜ ଦିଗାଲ ଉତକ୍ଷିପ୍ତ ହୋଇ ଏକ ହାତୁଡ଼ିରେ ନିଜ ବାପାର ମୁଣ୍ଡକୁ ପିଟିଥିଲା ।  ବୃଦ୍ଧ ଜଣକ ଯନ୍ତ୍ରଣାରେ ଚିତ୍କାର କରିଥିଲେ । ହେଲେ ଅଟକି ନଥିଲା ଜହ୍ଲାଦ ପୁଅର ହାତ । ସେ ବାରମ୍ବାର ବାପା ମୁଣ୍ଡକୁ ନିର୍ମମ ଭାବେ ହାତୁଡିରେ ପିଟିଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଚାଲିଯାଇଥିଲା ବୁଢାବାପାର ଜୀବନ । ପାଟି ଶୁଣି ସୁରଜର ମାଆ ଆସି ପହଞ୍ଚିବା ବେଳକୁ ଡାକେଣାଙ୍କ ମୃତ୍ୟୁ ହୋଇସାରିଥିଲା । ଏନେଇ ସେ ଫିରିଙ୍ଗିଆ ଥାନାରେ ପହଞ୍ଚି ପୁଅ ବିରୋଧରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ସୁରଜ ଦିଗାଲକୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)