ଅକ୍ଷର ବ୍ୟୁରୋ: ଚଳିତ ବର୍ଷ ଅଧିକ ଦିନ ଜାରି ରହିବ ଗ୍ରୀଷ୍ମପ୍ରବାହ । ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଅଧିକ ଦିନ ଗ୍ରୀଷ୍ମଲହରି ଅନୁଭୂତ ହେବ । ଏଥିପାଇଁ ଆଗୁଆ ସତର୍କ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖାଯାଇଛି । ଅଂଶୁଘାତ ପରିଚାଳନା ୟୁନିଟ୍ କାର୍ଯ୍ୟକ୍ଷମ କରିବା ଲାଗି ରାଜ୍ୟମାନଙ୍କୁ କୁହାଯାଇଛି । ଭାରତୀୟ ପାଣିପାଗ ପକ୍ଷରୁ ସଦ୍ୟ ଜାରି କରାଯାଇଥିବା ସୂଚନାକୁ ନେଇ ଏହି ସତର୍କବାଣୀ ଜାରି କରାଯାଇଛି ।
ଆଇଏମ୍ଡି ପୂର୍ବାନୁମାନ ଅନୁଯାୟୀ ଚଳିତ ବର୍ଷ ଏପ୍ରିଲରୁ ଜୁନ୍ ମଧ୍ୟରେ ପୂର୍ବ ଭାରତ, କେନ୍ଦ୍ରୀୟ ଭାରତ, ଉତ୍ତର ପଶ୍ଚିମ ଭାରତ ସମେତ ଦକ୍ଷିଣ-ପୂର୍ବ ଭାରତରେ ସ୍ବାଭାବିକ ଠାରୁ ଅଧିକ ଦିନ ଗ୍ରୀଷ୍ମଲହରି ଅନୁଭୂତ ହେବ । ଏପଟେ ରାଜ୍ୟରେ ଜାରି ରହିଛି ତାତି । ପଶ୍ଚିମ ଓଡ଼ିଶାରେ ତାତିର ଜ୍ବାଳା ଥମିବାର ନାଁ ନେଉନି । ଗତ ୫ ଦିନ ଧରି ଝାରସୁଗୁଡ଼ାରେ ୪୪ ଡିଗ୍ରି ଉପରେ ରହୁଛି ତାପମାତ୍ରା । ଖାଲି ଝାରୁସୁଗୁଡ଼ା କାହିଁ, ସମ୍ବଲପୁର, ରାୟଗଡ଼ା, ସୁନ୍ଦରଗଡ଼, ଅନୁଗୁଳ, ହୀରାକୁଦ, ଟିଟଲାଗଡ଼, ବଲାଙ୍ଗୀର, ଭବାନିପାଟଣା ଆଦି ସ୍ଥାନରେ ୪୦ ଡିଗ୍ରି ଉପରେ ରହୁଛି ତାପମାତ୍ରା ।












Leave a Reply