ଅକ୍ଷର ବ୍ୟୁରୋ: ଶୀତରେ ଥରୁଛି ସାରା ରାଜ୍ୟ । ଝାରସୁଗୁଡ଼ାରେ ୭୩ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ । ଝାରସୁଗୁଡ଼ାରେ ରାତି ତାପମାତ୍ରା ୫.୧ ଡିଗ୍ରି ରେକର୍ଡ ହୋଇଛି । ୧୯୫୩ ମସିହା ପରେ ଝାରସୁଗୁଡ଼ାରେ ପାରଦ ପ୍ରଥମ ଥର ଏତେ ତଳକୁ ଖସିଛି । ଶିମିଳିପାଳରେ ତୁଷାରପାତ । ପ୍ରବଳ ଜାଡ଼ରେ ଥରୁଛି ଶିମିଳିପାଳ । 0° ଡିଗ୍ରୀକୁ ଖସିଲା ପାରଦ, ଜନଜୀବନ ଅସ୍ତବ୍ୟସ୍ତ । ଉପରବାର୍ହାକାମୁଡା ଓ ଦେବସ୍ଥଳୀ ଠାରେ ତୁଷାରପାତ ହୋଇଥିବା ସୂଚନା ମିଳିଛି । ଘନ କୁହୁଡ଼ି ଚାଦର ତଳେ ଅଭୟାରଣ୍ୟ ଘୋଡେଇ ହୋଇ ରହିଛି । ମଙ୍ଗଳବାର ରାଜ୍ୟର ୧୬ ସହରରେ ତାପମାତ୍ରା ୧୦ ଡିଗ୍ରି ତଳେ ରେକର୍ଡ କରାଯାଇଛି ।
ରାଉରକେଲାରେ ୬.୬ ଡିଗ୍ରି, କିରେଇ ଓ ଜି.ଉଦୟଗିରିରେ ୬.୮ ଡିଗ୍ରି, ଦାରିଙ୍ଗବାଡ଼ିରେ ୭.୫ ଡିଗ୍ରି, ସୁନ୍ଦରଗଡ଼ରେ ୭.୬ ଡିଗ୍ରି, ସେମିଳିଗୁଡ଼ାରେ ୮.୫ ଡିଗ୍ରି, ବଲାଙ୍ଗୀରରେ ୮.୮ ଡିଗ୍ରି, ଫୁଲବାଣୀ ଓ କେନ୍ଦୁଝର ୯ ଡିଗ୍ରି, ସୋନପୁରରେ ୯.୧ ଡିଗ୍ରି, ଢେଙ୍କାନାଳରେ ୯.୯ ଡିଗ୍ରି ରେକର୍ଡ କରାଯାଇଛି । ଚଳିତ ବର୍ଷ ପ୍ରଥମଥର କଟକରେ ରାତିର ପାରଦ ୧୦ ଡିଗ୍ରି ଛୁଇଁଥିବା ବେଳେ ଭୁବନେଶ୍ବରରେ ୧୨.୯ ଡିଗ୍ରି ରେକର୍ଡ ହୋଇଛି । ଥଣ୍ଡା ସାଙ୍ଗକୁ ଘନ କୁହୁଡି ଲୋକଙ୍କୁ ଅସ୍ତବ୍ୟସ୍ତ କରିଛି । ଆଜି କନ୍ଧମାଳ, ନୟାଗଡ଼, ବୌଦ୍ଧ, କୋରାପୁଟରେ ଘନକୁହୁଡ଼ି ଦେଖାଯିବ । ୯ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, କଟକ, ଜଗତସିଂହପର, କୋରାପୁଟରେ ଅନୁଭୂତ ହେବ ଥଣ୍ଡାର ଥାର୍ଡ ଡିଗ୍ର । ଆଜି ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ କଟକ, ଜଗତସିଂହପୁର, କୋରାପୁଟ ପାଇଁ ୱାର୍ଣ୍ଣିଂ ଜାରି ହୋଇଛି ।












Leave a Reply