ଅକ୍ଷର ବ୍ୟୁରୋ: ରାଜ୍ୟରେ ଶୀତ ସାଙ୍ଗକୁ ଘନ କୁହୁଡି । ୧୦ ଡିଗ୍ରୀ ତଳେ ୧୦ ସହରର ତାପମାତ୍ରା । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ଶୀତ ହେବ । ଉପକୂଳ ଓଡ଼ିଶାରେ ଅପେକ୍ଷାକୃତ କମ ଶୀତ ରହିବ । ନୂଆବର୍ଷ ଆରମ୍ଭ ଯାଏ ଶୀତ ଜାରି ରହିବ । ସବୁଠୁ ଅଧିକ ଥଣ୍ଡା ଜି. ଉଦୟଗିରି ଅନୁଭୂତ ହୋଇଛି । ଏଠାରେ ପାରଦ ୪.୩ ରେକର୍ଡ କରାଯାଇଛି । ଗତ କିଛି ଦିନ ହେବ କିଛି ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇଥିବାରୁ ଶୀତ ଅପେକ୍ଷାକୃତ ବଢିଛି । ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳରେରେ ଘନ କୁହୁଡି ସାଙ୍ଗକୁ ପ୍ରବଳ ଶୀତ । ୭ ଡିଗ୍ରୀ ତଳେ ରହିଛି ପାରଦ । ଘନ କୁହୁଡ଼ି ଯୋଗୁଁ ସକାଳ ୧୦ଟା ପୂର୍ବରୁ ଘରୁ ବାହାରିବା କଷ୍ଟକର ହୋଇପଡୁଛି ।
ରାଜ୍ୟରେ ୧୦ ଡିଗ୍ରୀ ତଳେ ୧୦ ସହରର ତାପମାତ୍ରା ।












Leave a Reply