ଅକ୍ଷର ବ୍ୟୁରୋ: ଗ୍ରୀଷ୍ମ ନଆସୁଣୁ ତାଉ ଦେଖାଇଲାଣି ଖରା । ରାଜ୍ୟରେ ବଢ଼ିବାରେ ଲାଗିଛି ତାପମାତ୍ରା । ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଏବେ କୌଣସି ପାଣିପାଗ ସିଷ୍ଟମ ନାହିଁ, ଫଳରେ ଆଗକୁ ଖରା ପ୍ରକୋପ ଆହୁରି ବଢ଼ିପାରେ । ଶୁକ୍ରବାର ଝାରସୁଗୁଡ଼ା ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍ ଛୁଇଁଛି, ଯାହାକି ସ୍ୱାଭାବିକଠାରୁ ୩ ଡିଗ୍ରୀ ଅଧିକ । କେବଳ ସେତିକି ନୁହେଁ, ରାଜ୍ୟର ୬ଟି ସ୍ଥାନରେ ପାରଦ ୩୫ ଡିଗ୍ରୀ ଉପରେ ଥିଲା । ସମ୍ବଲପୁର ତାପମାତ୍ରା ୩୫.୨, ହୀରାକୁଦ ୩୫.୬, ଟିଟିଲାଗଡ଼ ୩୫, ପାରଳାଖେମୁଣ୍ଡି ୩୫.୬, ଭଦ୍ରକ ୩୫ ଡିଗ୍ରୀ ଥିବାବେଳେ ଭୁବନେଶ୍ୱରରେ ପାରଦ ୩୪.୪ ଡିଗ୍ରୀ ଛୁଇଁଥିଲା । ଶୁକ୍ରବାର ଅନେକ ସ୍ଥାନରେ ପାରଦ ୩୩ରୁ ୩୪ ଡିଗ୍ରୀ ମଧ୍ୟରେ ରହିଥିଲା । ରାଜ୍ୟରେ ବର୍ତ୍ତମାନ ପାଗ ଶୁଖିଲା ରହିବା ସହ ଖରା ପ୍ରକୋପ କ୍ରମଶଃ ବୃଦ୍ଧି ପାଇବ । ଦିନର ସର୍ବୋଚ୍ଚ ତାପମାତ୍ରା ଆସନ୍ତା ୨ ଦିନରେ ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ । କେବଳ ଦିନ ନୁହେଁ, ଏଣିକି ରାତି ତାପମାତ୍ରା ମଧ୍ୟ ବୃଦ୍ଧି ପାଇବ । ଆସନ୍ତା ୨ ଦିନ ଭିତରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ ।
ଗ୍ରୀଷ୍ମ ନଆସୁଣୁ ତାଉ ଦେଖାଇଲାଣି ଖରା; ରାଜ୍ୟରେ ସ୍ୱାଭାବିକଠାରୁ ୩ ଡିଗ୍ରୀ ଅଧିକ ତାପମାତ୍ରା ।












Leave a Reply