ଅକ୍ଷର ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଲହରୀ ଜାରି ରହିଛି । ବର୍ତ୍ତମାନ ରାଜ୍ୟରେ ସ୍ୱାଭାବିକଠାରୁ ସାମାନ୍ୟ ତାପମାତ୍ରା ହ୍ରାସ ପାଇବ । ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବିତ ହେଉଛି । ଯାହା ପ୍ରଭାବରେ ରାତିର ତାପମାତ୍ର ହ୍ରାସ ପାଇଛି । ଏହାଛଡ଼ା ବାୟୁମଣ୍ଡଳରେ ଜଳୀୟ ବାଷ୍ପ ବିଶେଷ ନଥିବାରୁ ଦିନ ବେଳେ ତାତି ଏବଂ ରାତିରେ ଥଣ୍ଡା ଅନୁଭବ ହେଉଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି । ରାଜ୍ୟର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୭ରୁ ୧୦ ଡିଗ୍ରୀ ମଧ୍ୟରେ ରହୁଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଖସୁଥିବା ବେଳେ ବଢୁଛି ଶୀତ । ହାଡ଼ଭଙ୍ଗା ଶୀତ ଲୋକଙ୍କୁ କରୁଛି କଲବଲ ।
ବିଶେଷକରି ଦକ୍ଷିଣ ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଖସିଛି । ଏଥିସହ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିଛି । ରାଜ୍ୟର ୫ଟି ସହରରେ ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି । ଯାହା ମଧ୍ୟରେ ଦାରିଙ୍ଗବାଡ଼ି ଓ ଫୁଲବାଣୀର ତାପମାତ୍ରା ସର୍ବନିମ୍ନ ୮.୫ ଡିଗ୍ରି ରହିଛି । ରାଜ୍ୟରେ ସବୁଠୁ ଥଣ୍ଡା ସ୍ଥାନ ଜି. ଉଦୟଗିରି ରହିଛି । ଦୁଇ ଦିନ ଧରି କୋରାପୁଟ ଜିଲ୍ଲାରେ ବଢ଼ିଛି ଶୀତ ଲହରୀ । ସକାଳୁ ସକାଳୁ ଘନ କୁହୁଡ଼ି ପଡ଼ିବା ଯୋଗୁଁ ଯାତାୟତରେ ବାଧା ସୃଷ୍ଟି ହୋଇଛି । ବିଶେଷ କରି ଜିଲ୍ଲାର ସେମିଳିଗୁଡ଼ା, ଦାମନ ଯୋଡ଼ି ଏବଂ ଦଶମନ୍ତପୁର ଅଂଚଳରେ ରାତିର ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି । ଦିନ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହୁଛି । ପାଣିପାଗ ବିଶେଷଜ୍ଞଙ୍କ ମତ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଶୀତର ପ୍ରଭାବ ।












Leave a Reply