ରାଜଧାନୀରେ ବଡ଼ଗଡ଼ ବ୍ରିଟ୍ କଲୋନୀରେ ଭୟଙ୍କର ସଡ଼କ ଦୁର୍ଘଟଣା:

ଅକ୍ଷର ବ୍ୟୁରୋ: ରାଜଧାନୀରେ ବଡ଼ଗଡ଼ ବ୍ରିଟ୍ କଲୋନୀ ଅଞ୍ଚଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ଗୋଟିଏ ଟ୍ରାଭେଲର ଦ୍ରୁତଗତିରେ ଆସି, ଭାରସାମ୍ୟ ହରାଇ ଏକାଥରକେ ଅଟୋ ଏବଂ ବାଇକ୍‌କୁ ଜୋରଦାର ଧକ୍କା ଦେଇଛି । ବ୍ରିଟ୍ କଲୋନୀ ମୁଖ୍ୟ ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ଥିବା ବେଳେ ହଠାତ୍ ଏକ ଟ୍ରାଭେଲର ଗାଡ଼ି ଅତି ଦ୍ରୁତ ଗତିରେ ମାଡ଼ି ଆସିଥିଲା । ଚାଳକ ଜଣକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ଏହା ରାସ୍ତାରେ ଯାଉଥିବା ଏକ ଅଟୋ ରିକ୍ସା ଏବଂ ଏକ ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ ବାଇକ୍ ଆରୋହୀ ଜଣକ ଛିଟିକି ପଡ଼ିଥିଲେ ଏବଂ ଅଟୋଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ଏହି ପୂରା ଘଟଣା ଲାଗିଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ କିପରି ମୁହୂର୍ତ୍ତକ ମଧ୍ୟରେ ଏହି ଦୁର୍ଘଟଣା ଘଟିଗଲା । ଦୁର୍ଘଟଣାର ଦୃଶ୍ୟ ଅତ୍ୟନ୍ତ ଭୟାନକ ରହିଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଖବର ପାଇ ବଡ଼ଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଗୁଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଅଧିକ ଛାନଭିନ୍ ଚଳାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)