ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କଲେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ।

ଅକ୍ଷର ବ୍ୟୁରୋ: ଆଜି ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ଥା ସମ୍ପର୍କରେ ସୂଚନା ଦେବା ପୂର୍ବରୁ ମନ୍ତ୍ରୀ ସୁରେଶ ପୂଜାରୀ ମହାବାତ୍ୟା କଥା ମନେ ପକାଇଥିଲେ । ମହାବାତ୍ୟା ଏବଂ ମନ୍ଥା ବାତ୍ୟାର ସମାନ ତାରିଖ ଥିବାରୁ ସରକାର ଅଧିକ କ୍ରିୟାଶୀଳ ଥିଲେ । କିନ୍ତୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଆମେ ବଡ ବିପଦରୁ ମୁକ୍ତି ପାଇଯାଇଛୁ । ସମ୍ଭାବ୍ୟ ବାତ୍ୟା ମନ୍ଥାର ପ୍ରସ୍ତୁତି ଦୃଷ୍ଟିରୁ ସରକାର ସମସ୍ତ ପଦକ୍ଷେପ ଆଗୁଆ ନେଇଥିଲେ । ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜିଲାପାଳଙ୍କ ସହ ଆଲୋଚନା କରାଯାଇଥିଲା । ଭୂସ୍ଖଳନକୁ ଦୃଷ୍ଟିରେ ରଖି ଲୋକ ଯେମିତି କ୍ଷତିଗ୍ରସ୍ତ ନହୁଅନ୍ତି, ସେଥିପ୍ରତି ମଧ୍ୟ ତୀକ୍ଷ୍ନ ନଜର ରଖାଯାଇଥିଲା ।

ଆମକୁ ୩୧ ତାରିଖ ପର୍ଯ୍ୟନ୍ତ ସତର୍କ ରହିବାକୁ ହେବ । ମନ୍ଥା ଦ୍ଵାରା ୩୩ ବ୍ଲକ, ୧୧ ସହରାଞ୍ଚଳ ପ୍ରଭାବିତ ହୋଇଛି । ୩୬୨ ଫ୍ରି କିଚେନରେ ୧୮ ହଜାର​‌ଲୋକଙ୍କୁ ରନ୍ଧ୍ୟା ଖାଦ୍ୟ ଦିଆଯାଉଛି । ୫୬ଟି ବ୍ଲକରେ ୫୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ୧୬୧ଟି ବାତ୍ୟା ଆଶ୍ରୟସ୍ଥଳୀରେ ପ୍ରାୟ ୧୯ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା । ଖୁବ୍ କମ୍ ସମୟ ମଧ୍ୟରେ ପଥର ହଟାଯାଇ ଗଛ କଟାଯାଇ ସଫା ହୋଇଛି । ବହୁ ସ୍ଥାନରେ ଧାନ ଫସଲ ନଷ୍ଟ ହୋଇଛି । ଫସଲ କ୍ଷତିର ଆକଳନ ପାଇଁ ଆସନ୍ତାକାଲିଠାରୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବୁ । ସର୍ଭେ ପରେ ଘର ଭାଙ୍ଗିଥିଲେ କ୍ଷତି ପୂରଣ ଦିଆଯିବ । ପ୍ରସ୍ତୁତି ଦୃଷ୍ଟିରୁ ବିଗତ ବିପର୍ଯ୍ୟୟ ଅପେକ୍ଷା ଆମ ସରକାର ଆଉ ପାଦେ ଆଗକୁ ଯାଇ ପାରିଛୁ । ଗୋଟିଏ ବିଲ ହେଉ କି ଗୋଟିଏ ଘର କ୍ଷତି ହୋଇଥିଲେ ବି କ୍ଷତିପୂରଣ ମିଳିବ । ସଠିକ ସର୍ଭେ କରି ଡାଟା ବେଶ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚାଷୀ ମାନେ ବିଚଳିତ ନ ହେବାକୁ ସରକାର ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)