ଅକ୍ଷର ବ୍ୟୁରୋ: ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ ସ୍ୱାଭାବିକ ଭାବେ ଚାଲିଛି । ଲୋକଙ୍କ ବିଭିନ୍ନ ସମସ୍ୟାକୁ ନେଇ ହୋଇଛି ଆଲୋଚନା । ଗୃହରେ ଅଙ୍ଗନବାଡି କେନ୍ଦ୍ରକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର । ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ରାଜ୍ୟରେ ୨୦ ହଜାର ୧୫୦ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ । ରାଜ୍ୟରେ ମୋଟ୍ ୭୪,୨୨୪ ଟି ଅଙ୍ଗନବାଡି କେନ୍ଦ୍ର ଅଛି । ଏବେ ୫୪,୦୭୪ଟି ଅଙ୍ଗନବାଡି ନିଜସ୍ୱ ଗୃହରେ ଚାଲିଛି । ୧୦,୪୧୬ଟି ମିନି ଅଙ୍ଗନବାଡି କେନ୍ଦ୍ର ଅଙ୍ଗନବାଡି କେନ୍ଦ୍ରକୁ ପରିବର୍ତ୍ତନ ହୋଇଛି । ୪୫୭୪ଟି ଅଙ୍ଗନବାଡି କେନ୍ଦ୍ର ସ୍କୁଲ ଘରେ ଚାଲିଛି କହିଲେ ଉପମୁଖ୍ୟମନ୍ତ୍ରୀ । ୧୦,୪୬୯ ଟି ଅଙ୍ଗନବାଡି କେନ୍ଦ୍ର କମ୍ୟୁନିଟି ସେଣ୍ଟରରେ ଚାଲିଛି । ଆଜି ବି ୩୮୯୦ଟି ଅଙ୍ଗନବାଡି କେନ୍ଦ୍ର ଭଡ଼ା ଘରେ ଚାଲିଛି । ଖୁବ୍ଶୀଘ୍ର ନିଜସ୍ୱ ଗୃହରେ ଚାଲିବ ରାଜ୍ୟର ସବୁ ଅଙ୍ଗନବାଡି କେନ୍ଦ୍ର’। ଜାଗା ନ ଥିଲେ ପଞ୍ଚାୟତିରାଜ ବିଭାଗ ସହଯୋଗରେ କିଣାଯିବ ଜାଗା । ରାଜ୍ୟର ୧୨,୧୪୪ଟି ଅଙ୍ଗନବାଡିକୁ ସକ୍ଷମ ଅଙ୍ଗନବାଡି କେନ୍ଦ୍ରରେ ପରିଣତ । ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା । ୨୦୨୪-୨୫ ଆର୍ଥିକ ବର୍ଷରେ ୫୦୫୬ ଅଙ୍ଗନବାଡି କେନ୍ଦ୍ର ସକ୍ଷମରେ ପରିଣତ ହୋଇଛି । ଚଳିତ ଅତିରିକ୍ତ ବଜେଟରେ ୧୦ ହଜାର ୯୦୦ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ବ୍ୟୟବରାଦ ହୋଇଛି । ତେବେ ସବୁ ଅଙ୍ଗନୱାଡି ପାଇଁ ନିଜସ୍ଵ ଗୃହ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।
ବିଧାନସଭା ଶୀତ ଅଧିବେଶନ: ରାଜ୍ୟରେ ମୋଟ୍ ୭୪,୨୨୪ ଟି ଅଙ୍ଗନବାଡି କେନ୍ଦ୍ର ରହିଛି, ୨୦ ହଜାର ୧୫୦ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ ।












Leave a Reply