ନେହେରୁଙ୍କ ରେକର୍ଡ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ; ମୋଦୀଙ୍କ ରେକର୍ଡ ସଫଳତାକୁ ନେଇ ବିଜେପି ପକ୍ଷରୁ ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା

ଅକ୍ଷର ବ୍ୟୁରୋ: ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ନେହେରୁଙ୍କ ରେକର୍ଡ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତର ସବୁଠାରୁ ଦୀର୍ଘକାଳିନ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାଧୀନ ଭାରତରେ ସବୁଠୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଜବାହରଲାଲ ନେହରୁଙ୍କ ରେକର୍ଡ ଭାଙ୍ଗିଛନ୍ତି । ସେ ଦେଶର ସବୁଠୁ ଦୀର୍ଘକାଳିନ ନିର୍ବାଚିତ ପ୍ରଧାନମନ୍ତ୍ରୀ ବିବେଚିତ ହୋଇଛନ୍ତି । ମୋଦୀ ୨୦୧୪ ମେ ୨୬ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ପଦରେ ଶପଥ ନେଇଥିଲେ ଏବଂ ଆଜି ଅର୍ଥାତ ୨୦୨୬ ଜୁନ ୧୦ ସୁଦ୍ଧା ତାଙ୍କ କାର୍ଯ୍ୟକାଳର ୪,୩୯୯ ଦିନ ପୂରଣ ହୋଇଛି । ଏନେଇ ଆଜି ବିଜେପି ପକ୍ଷରୁ ଲିଙ୍ଗରାଜ ମନ୍ଦିରରେ ପ୍ରଦୀପ ପ୍ରଜ୍ବଳନ ସହ ପୂଜାର୍ଚ୍ଛନା କରାଯାଇଛି । ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ଉପସ୍ଥିତ ରହି ପୂଜାର୍ଚ୍ଛନା କରିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)